ବ୍ୟାଙ୍କରୁ ଚୋରି ଉଦ୍ୟମ ପଣ୍ଡ

add-all

ଚିତ୍ରକୋଣ୍ଡା (୧୩/୦୭) : ଚିତ୍ରକୋଣ୍ଡା ଅଞ୍ଚଳରେ ଗତ କିଛି ଦିନ ହେଲାଣି ଚୋରି ବଢ଼ିବାରେ ଲାଗିଛି । ଗତକାଲି ରାତିରେ ଦୁଇଟି ଜାଗାରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ଚୋର ମାନେ।ଗତକାଲି ରାତିରେ କିଛି ଦୁର୍ବୃତ ଚିତ୍ରକୋଣ୍ଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ପଶି ତାଲାଭାଙ୍ଗୀ କ୍ୟାମେରା ଭାଙ୍ଗି ବ୍ୟାଙ୍କ ଭିତରକୁ ପଶିଥିଲେ ମାତ୍ର କିଛି ବ୍ୟାଙ୍କ ଭିତରୁ ନେଇପରିନଥିଲେ।ଅନୁରୂପ ଭାବରେ ଗତକାଲି ରାତିରେ ଚୋରମାନେ ଗୋଟିଏ କିଓସ୍କ ବ୍ୟାଙ୍କ ର ତାଲା ଭାଙ୍ଗି ଭିତରେ ପଶିଥିଲେ ସେ ଭିତରେ ସବୁ ଖୋଜିଥିଲେ ସେମିତି ଜିନିଷ ପତ୍ର କିଛି ନମିଳିବାରୁ ଚାଲିଯାଇଥିଲେ।ଗୋଟିଏ ରାତିରେ ଦୁଇଟି ଜାଗାରୁ ଚୋରି ଉଦ୍ୟମ କରି ପୁଲିସ କୁ ଖୋଲା ଚାଲେଞ୍ଜ ଦେଇଛନ୍ତି।ଚିତ୍ରକୋଣ୍ଡା ଅଞ୍ଚଳରେ ଗତ କିଛି ଦିନ ହେଲାଣି ଚୋରମନଙ୍କର ପାଦୂର୍ଭାବ ବଢ଼ିବାରେ ଲାଗିଛି।କିଛିଦିନ ପୂର୍ବରୁ ବ୍ୟାଙ୍କ ପାଖ ଗୋଟିଏ ରାସନ୍ ଦୋକାନରୁ ଦୁଇ ଥର ଚୋରି ଉଦ୍ୟମ କରିଥିଲେ।ଗୋଟିଏ ଥର ଦୋକାନରୁ କିଛି ଟଙ୍କା ଆଉ ଜିନିଷ ନେଇଯାଇଥିଲେ ଓ ଆଉ ଗୋଟିଏ ଥର କିଛି ପାଇନଥିଲେ।ସେଇପରି ଚିତ୍ରକୋଣ୍ଡା ବଜାର ରୁ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲେ।ଚିତ୍ରକୋଣ୍ଡା ଅଞ୍ଚଳ ରୁ ବାଇକ ମଧ୍ୟ ଚୋରି କରିକି ନେଇଛନ୍ତି।ଚୋରି ଉଦ୍ୟମ ବାରମ୍ବାର କରି ଚୋର ମାନେ ସେମାନଙ୍କର ଉପସ୍ଥିତି ଜାହିର କରୁଥିବାବେଳେ ଏବେ ପର୍ଯ୍ୟନ୍ତ ପୁଲିସ କୁ କୌଣସି ବି ସଫଳତା ମିଳିପାରିନାହିଁ।ଏମିତି ଚୋରି ହେଉଥିବାରୁ ଚିତ୍ରକୋଣ୍ଡା ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି,ଲୋକମାନେ ଘର ଛାଡ଼ି ବାହାରକୁ ଯିବାପାଇଁ ଭୟ କରୁଛନ୍ତି।

ad-week
Leave A Reply

Your email address will not be published.