କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ ନେଇ ଏବିଭିପିର ସାମ୍ବାଦିକ ସମ୍ମିଳନୀ

add-all

ଫୁଲବାଣୀ : ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆଜି ଗୁରୁବାର ପ୍ରେସ କ୍ଲୁବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏବିଭିପି ଦାବୀ କରିଛି l ଏ ନେଇ ଜିଲ୍ଲା ସହ -ସଂଯୋଜିକା ରାଜନନ୍ଦୀନି ସାହାଣୀଙ୍କ ନେତୃତ୍ୱରେ ଏ ବି ଭି ପି କନ୍ଧମାଳ ଜିଲ୍ଲାର ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିବା କହିଥିଲେ l ଯଦି ଆଗାମୀ ଦିନରେ ଦୋଷୀ ଙ୍କୁ ଚି଼ହ୍ନଟ କରି କଡା କାର୍ଯ୍ୟାନୁଷ୍ଠାନ କରା ନ ଯିବ ତେବେ ଏ ବିଭିପି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଏବିଭିପି ପ୍ରମୁଖ ଶିବାଶିଷ ପଣ୍ଡା କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିଭିଗ ଏସ ଏଫ ଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ, ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା ଆଦି ବହୁ ଏବିଭିପି ସଂଗଠନ କର୍ମୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.