କଳିଙ୍ଗ ଟିଭିର ପ୍ରତିଷ୍ଠା ଦିବସ

add-all

ବ୍ରହ୍ମପୁର : ମିଡ଼ିଆ ଜଗତରେ ତଥା ଲୋକଙ୍କ ମହଲରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା କଳିଙ୍ଗ ଟିଭିର ଆଜି ହେଉଛି ଅଷ୍ଟମ ସ୍ୱନକ୍ଷତ୍ର ଦିବସ । ୨୦୧୫ ମସିହା ଆଜିର ଦିନରେ କିଟ୍ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଏହା ଜନ୍ମ ଲାଭ କରିଥିଲା ଏବଂ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟିତ ହୋଇଥିଲା । ବ୍ରହ୍ମପୁର ସ୍ଥିତ ଦକ୍ଷିଣ ଓଡ଼ିଶା କାର୍ଯ୍ୟାଳୟରେ ଆଜି ଏହାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଅତିଥି ରୂପେ ଯୋଗଦାନ କରି କେକ୍ କାଟି ପ୍ରତିଷ୍ଠା ଦିବସ ମନାଇଥିଲେ । ଖୁବ୍ କମ୍ ଦିନରେ କଳିଙ୍ଗ ଟିଭି ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଥିବା ଅତିଥି ମାନେ କହିବା ସହ ଏହା ‘କହେ ଠିକ୍ ଦେଖାଏ ଠିକ୍‌’ ବୋଲି କହିବା ସହ ଏହାର ପ୍ରତିଷ୍ଠାତା ଅଚ୍ୟୁତ ବାବୁ ଗରିବ ଆଦିବାସୀଙ୍କ ସେବା କରି ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ଅତିଥି ମାନେ କଳିଙ୍ଗ ଟିଭିର ସାମ୍ବାଦିକ ଓ କେମେରା ପର୍ସନ ଙ୍କୁ ଉପଢ଼ୌକନ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ad-week
Leave A Reply

Your email address will not be published.