ଶାଗୁଆନ କାଠ ସହ ପିକ୍‌ଅପ ଜବତ…

add-all

ଉମରକୋଟ (୧୫/୦୭) : ରାଇଘର ବନ ବିଭାଗ କୁ ମିଳିଛି ଏକ ବଡ଼ ସଫଳତା | ଗତକାଲି ଵିଲୋମ୍ବିତ ରାତି ରେ ନବରଙ୍ଗପୁର ଜିଲ୍ଲା ରାଇଘର ରେଞ୍ଜର ଙ୍କ ନେତୃତ୍ୱ ରେ ଏକ ଟିମ ପାଟ୍ରୋଲିଂ କରିବା ସମୟରେ କୁସୁମପୁର ପଟରୁ ଆସୁଥିବା ଏକ ପିକ ଅପ ଗାଡି ନଂ OR 24B 1959 ଜେଲଗୁଡା ଠାରେ ଦେଖି ବନ ବିଭାଗ ଟିମ ସନ୍ଦେହ କରି ଗାଡ଼ିଟିକୁ ଅଟକାଇ ଥିଲେ | ଉକ୍ତ ଗାଡ଼ିଟିକୁ ଅନୁସନ୍ଧାନ କରିବା ପରେ ବନବିଭାଗ ଜାଣିବାକୁ ପାଇଲେ ଜେ ଗାଡ଼ିରେ ୨୮ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଅଛି | ସମସ୍ତ କାଠ ଗଣ୍ଡି, ଏବଂ ଗାଡ଼ିଟିକୁ ବନ ବିଭାଗ ଜବତ କରି ଗାଡ଼ି ଚାଳକ ଜାକିର ଖାନ, ପିତା ଆତାପ ଖାନ ଙ୍କୁ ଗିରଫ କରି କେସ ନଂ 19/22/23ରେ ରୁଜୁ କରିଥିବା ଜଣାପଡିଛି | ଜବତ ହେଇ ଥିବା କାଠ 22,036 ସେଫଟି ଏହାର ଅନୁମାନିକ ମୂଲ୍ୟ ଏକ ଲକ୍ଷ ଷାଠିଏ ହଜ଼ାର ଟଙ୍କା | ପେଟ୍ରୋଲିଙ୍ଗ ରେ ରେଞ୍ଜର ତନୁଜା କାର୍ତିକ ଙ୍କ ସହ ବନପାଳ ରାମଚନ୍ଦ୍ର ଜାନି, ଫରେଷ୍ଟ ଗାର୍ଡ ଭୁବନେଶ୍ୱର ପୁଜାରୀ, ଲାଲୁ ବିଶୋଇ, ହେମଲତା ହରିଜନ,ଗାର୍ଡ ଓ ପାରା ଗାର୍ଡ ସମସ୍ତେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.