
ଛତ୍ରପୁର: ପରକୀୟା ପ୍ରିତିର କରୁଣ ପରିଣତି l ନିଜ ସ୍ତ୍ରୀ ସହ ଜୈନେକ ଯୁବକଙ୍କ ଅନୈତିକ ସମ୍ପର୍କ ସହ୍ୟ କରିପାରିନଥିଲେ ସ୍ୱାମୀ । ଫଳରେ ବ୍ୟାଗ ଭିତରେ ରଖିଥିବା ଛୁରୀ ବାହାର କରି ଚଳତା ଟ୍ରେନ ମଧ୍ୟରେ ଉକ୍ତ ଯୁବକକୁ ଭୂସୀ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ମୃତ ଯୁବକ ଜଣଙ୍କ ହେଲେ ପଶ୍ଚିମବଙ୍ଗ ବାହାଦୂର ପୁର ଅଞ୍ଚଳର ପ୍ରଶ୍ନଜିତ ଗୋରାଇ । ମିଳିଥିବା ସୂଚନାନୁଯାୟୀ ରାଜୀବ ଗୋରାଇ ଙ୍କ ସ୍ତ୍ରୀ ବନ୍ଦନାଙ୍କ ସହ ମୃତ ପ୍ରଶ୍ନଜିତ ମଧ୍ୟରେ ଫେସବୁକ ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ ପରବର୍ତ୍ତୀ ସମୟରେ ଫୋନରେ ପ୍ରେମ ସମ୍ପର୍କିତ ବାର୍ତ୍ତାଳାପ ହୋଇ ଆସୁଥିଲା। ରାଜୀବ ଗୋରାଇଙ୍କ ଶରୀର ଆସୁସ୍ଥ ଥିବା ପ୍ରେମିକା ଚେନାଇରେ ଥିବା ନିଜ ପ୍ରେମିକକୁ କହିଥିଲେ। ପ୍ରେମିକଙ୍କ କଥାଶୁଣି ସ୍ୱାମୀଙ୍କୁ ଧରି ଚେନାଇ ଆସି ଉତ୍ତମ ଚିକିତ୍ସା କରାଇବା ବୋଲି କହି ଡାକିଥିଲେ ସ୍ତ୍ରୀ l ଫଳରେ ପ୍ରେମିକା ନିଜ ବାପା ପାଲନ ଗୋରାଇ ଓ ସ୍ବାମୀଙ୍କ ସହ ଚେନାଇ ଯାଇ ଚିକିତ୍ସା ହୋଇ ଗୁରୁବାର ଚେନାଇରୁ ୧୨୮୪୦ ନମ୍ବର ବିଶିଷ୍ଟ ଚେନାଇ ହାୱାଡା ମେଲ ଯୋଗେ ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ଶୁକ୍ରବାର ନିଜ ସ୍ତ୍ରୀ ସହିତ ପ୍ରଶ୍ନଜିତ ଅନୈତିକ ସମ୍ପର୍କକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରାଜୀବ ଛତ୍ରପୁର ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ ମଧ୍ୟରେ ଛୁରୀ ଭୂସୀ ଦେଇଥିଲେ।ଫଳରେ ଟ୍ରେନରେ ଥିବା ଯାତ୍ରୀ ମାନେ ସଙ୍ଗେସଙ୍ଗେ ଟ୍ରେନର ଚେନ ପୁଲିଙ୍ଗ କରିବା ସହ ଗାର୍ଡ ଓ ଲୋକ ପାଇଲେଟ ଙ୍କୁ ଖବର ଦେଇଥିଲେ।ଗଂଜାମ ଷ୍ଟେସନରେ ଟ୍ରେନ ରହିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ପ୍ରଶ୍ନଜିତଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଛତ୍ରପୁର ମେଡିକାଲ ପଠାଇଥିଲେ ଗଂଜାମ ଷ୍ଟେସନ ମାଷ୍ଟର l ସେଠାରେ ଚିକିଶ୍ଚିତ ଅବସ୍ଥାରେ ପ୍ରଶ୍ନଜିତ ଗୋରାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଖବରପାଇ ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାଜୀବ ଙ୍କୁ କାବୁକରି ଜି ରା ପି ପୋଲିସ ଙ୍କୁ ହସ୍ତାନ୍ତର କରିଛନ୍ତି।
ପ୍ରକାଶଯୋଗ୍ୟ ମୃତ ବ୍ୟକ୍ତି ଜଣଙ୍କ ଅଭିଯୁକ୍ତଙ୍କ ମାଉସୀ ପୁଅଭାଇର ସଢୁଙ୍କ ଭାଇ ବୋଲି ଜଣାପଡିଛି l ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିବା ବେଳେ ପ୍ରଶ୍ନଜିତ ଚେନାଇରେ ଏକ ଘରୋଇ କାରଖାନାରେ କାମ କରୁଥିଲେ। ବ୍ୟବଛେଦ ପରେ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜି ଆର ପି ପୋଲିସ ପକ୍ଷରୁ କୁହାଯାଇଛି।ଉଭୟଙ୍କ ଘର ପଶ୍ଚିମବଙ୍ଗର ବାହାଦୂର ପୁର ଅଞ୍ଚଳର ବୋଲି ଅଭିଯୁକ୍ତ ରାଜୀବ ପୋଲିସ କୁ କହିଛି।