
ମାଲକାନଗିରି : ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ଆଜି ବୁଡ଼ି ଯାଇଥିବା ପାଣି ପୁରୁଣା ମୋଟୁ ଗ୍ରାମ ବୁଡି ସାରିଲାଣି। ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି।ସେପଟେ ପୋଲାଭରମ ପ୍ରକଳ୍ପ ନିର୍ମାଣ ପୂର୍ବରୁ ମାଲକାନଗିରି ମୋଟୁ ବାସୀ ଦେଖିଲେ ବନ୍ୟାର ବିଭୀଷିକା । ଅବିଶ୍ରାନ୍ତ ବର୍ଷା ରେ ବେହାଲ ମାଲକାନଗିରି। ଗୋଦାବରୀ ନଦୀ ଅସ୍ବାଭାବିକ ଭାବେ ଫୁଲିବାରୁ ମୋଟୁ ନିକଟରେ ପ୍ରବାହିତ ଚିନାଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍ ରୂପେ ହୋଇପାରୁନି ଫଳରେ ବନ୍ୟାଜଳ ମାଡ଼ି
ମୋଟୁ ବୁଡିଯିବା ପରେ ରାତି ଅଧିଆ ଲୋକ ଙ୍କୁ ଥଇଥାନ କରିଥିଲା ପ୍ରଶାସନ । ତଥାପି ବର୍ଷା ଜଳ ଶୀଘ୍ର ଗାଁ ଭିତରେ ପସିଯିବା ହେତୁ ଅନେକ ଜିନିଷ ଘରେ ଛାଡ଼ି ନିଜ ଜୀବନ ବଞ୍ଚାଇ ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ନେଇଛନ୍ତି ଅଞ୍ଚଳବାସୀ ।
ଗୋଦାବରୀ ବଢ଼ିବା ରେ ଲାଗୁଥିବା ବେଳେ ଜଳସ୍ତର ବଢ଼ି ଏବେ 70 ଫୁଟ ଉପରେ ଯାହା ଫଳ ରେ ଚିନ୍ତା ରେ ଏବେ ଓଡ଼ିଶା ଛତ୍ତିଶଗଡ଼ ସମେତ ଆନ୍ଧ୍ର ର ନଦୀକୁଳିଆ ଗ୍ରାମବାସୀ। ବର୍ଷା ର ବିଭିଷିକା ସାଙ୍ଗ କୁ polavaram ପ୍ରକଳ୍ପ ର ପଛୁଆ ଜଳର ପ୍ରଭାବ ରେ ବନ୍ୟା ସହ ବର୍ଷା ବିପଦ ଦେଖିଲା ମୋଟୁ।
ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ବାରମ୍ବାର ତୃଣମୂଳ ସ୍ତରରେ ପହଁଚି ସ୍ଥିତି ପରଖୁ ଥିବା ବେଳେ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ। ସେପଟେ ତଳୁଆ ଅଞ୍ଚଳ ର ଲୋକଙ୍କୁ ନେଇ ରନ୍ଧାଖାଦ୍ୟ ଯୋଗାଇବା ସହ ସୁରକ୍ଷିତ ବନ୍ୟା ଆଶ୍ରୟ ସ୍ଥଳୀ ରେ ନେଇ ଥଇଥାନ କରାଯାଇଛି।