
ମାଲକାନଗିରି(୧୬/୦୭) : ରାଜ୍ୟ ସମାଜସେବୀ ମହାସଂଘ ଓଡିଶାର ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ୩ ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟର ବିଭିନ୍ନ ଦାୟିତ୍ୱ ବା ପଦ ପଦବୀ ଦିଆଯାଇଛି । ସେମାନେ ହେଲେ ଖଇରପୁଟ ଅଞ୍ଚଳର ଆନନ୍ଦ ଚାର୍କି ତଥା ବାଲିମେଳା ବାସିନ୍ଦା ପି.ସରୋଜିନୀ ଚନ୍ଦ୍ରନ୍ ଓ ଦେବବ୍ରତ ବେହେରା । ଆଗାମୀ ଦିନରେ ଏହି କମିଟିର ସଦସ୍ୟମାନଙ୍କୁ ନେଇ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରରେ ବିଭିନ୍ନ ଦାୟିତ୍ୱ ଦିଆଯିବ ଯାହା ଫଳରେ ସମସ୍ତ ସାମାଜିକ କର୍ମୀ ଓ ସାମାଜିକ ସଂଗଠନ ମାନଙ୍କ ସୁରକ୍ଷା ଓ ସମ୍ମାନକୁ ଧ୍ୟାନ ଦେବା ସହିତ କିପରି ଓଡ଼ିଶାର ସମସ୍ତ ସାମାଜିକ କର୍ମୀ ଏବଂ ଅନୁଷ୍ଠାନଙ୍କୁ ନେଇ ଓଡିଶାରେ ଅନେକ ସମାଜ ମଙ୍ଗଳ କାର୍ଯ୍ୟ କରାଯିବା ସହ କାର୍ଯ୍ୟ ଦାବୀ ଗୁଡିକ ଓଡିଶା ସରକାରଙ୍କ ପାଖରେ ଉପସ୍ଥାପିତ କରାଯିବ ସେ ସବୁ ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟ ସମ୍ପାଦକ ନାରାୟଣ ସାହୁ ପ୍ରକାଶ କରିଛନ୍ତି l ସର୍ବୋପରି ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଓ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇଛି ବୋଲି ୩ ସମାଜସେବୀ ପ୍ରକାଶ କରିଥିବା ବେଳେ ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶା ତରଫରୁ ସମସ୍ତ ସଦସ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣା ଯାଇଛି । ଏହା ଛଡ଼ା ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।