ଅଧ୍ୟାପକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

add-all

ଚିକିଟି-ନୂଆପଡ଼ା ବାଲାଜୀ ମହାବିଦ୍ୟାଳୟ ସ୍ଥିତ ଇତିହାସ ବିଭାଗ ଅଧ୍ୟାପକ ଗଙ୍ଗାଧର ପ୍ରଧାନ ଙ୍କ ସ୍ୱାସ୍ଥ୍ୟ ଗତ କାରଣ ରୁ ଶନିବାର ମଧ୍ୟାହ୍ନ ରେ ଦେହାନ୍ତ ହୋଇଯାଇଛି। ସେଜଣେ ମେଳାପୀ ମିଷ୍ଟ ଭାସି ସୋଚଟ ଓ ଆଦର୍ଶ ଅଧ୍ୟାପକ ଭାବେ ପରିଚିତ ଥିଲେ।ତାଙ୍କ ମୃତ୍ୟୁ ଖବର ଶୁଣି ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସହକର୍ମୀ ସମସ୍ତେ ମ୍ରିୟମାଣ ହୋଇପଡିବା ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ସେ ୧୯୯୧ ମସିହାରେ ମହାବିଦ୍ୟାଳୟ ରେ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରି ୨୦୦୮ ମସିହାରେ ଅଧ୍ୟାପକ ରୁ ପ୍ରାଧ୍ୟାପକ ହୋଇ ଶେଷ ସମୟ ପର୍ଯ୍ୟନ୍ତ ନିଜ କାର୍ଯ୍ୟ ଜାରି ରଖିଥିଲେ। ଦିବଙ୍ଗତ ସାର ଦୀର୍ଘ ୩୧ ବର୍ଷ କାଳ ଏହି ମହାବିଦ୍ୟାଳୟ ରେ ଶିକ୍ଷା ଦାନ ଦେଇ ପିଲାଙ୍କ ଭବିଷ୍ୟ ଗଠନ ସାଙ୍ଗକୁ ମହାବିଦ୍ୟାଳୟ ର ଉନ୍ନତି ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ଏହି ମହାନ ବ୍ୟକ୍ତି ଆଜି ପରଲୋକରେ।ସେ ଦୀର୍ଘ ଦେଢ଼ ବର୍ଷ ଧରି ଯକୃତ ରୋଗରେ ପୀଡିତ ଥିଲେ ଆଜି ହଟାତ ଅସୁସ୍ଥତା କାରଣ ରୁ ତାଙ୍କୁ ଚିକିଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ସେଠାରୁ ଦିବଙ୍ଗତ ପ୍ରାଧ୍ୟାପକ ଙ୍କ ମର ଶରୀର କୁ ପୈତୃକ ବାସସ୍ଥାନ ବଡପଲଙ୍କ କୁ ନେଇ ପାରମ୍ପରିକ ନୀତି ଅନୁଯାୟୀ ସ୍ମସାନ କୁ ନେଇ ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଭାଇ ବନ୍ଧୁ , ବନ୍ଧୁ ବର୍ଗ ଙ୍କ ଉପସ୍ଥିତ ରେ ମର ଶରୀର ପଞ୍ଚଭୂତ ରେ ଲୀନ ହୋଇଥିଲା। ପିଲାଙ୍କ ଉଦ୍ଦେଶ୍ୟ ରେ ଜୀବନ କୁ ଉତ୍ସର୍ଗ କରିଥିବା ଗଙ୍ଗାଧର ସାର ସବୁଦିନ ପାଇଁ ଅମର ରହିବେ ବୋଲି ଅନୁଷ୍ଠାନ ର ପୂର୍ବତନ,ଛାତ୍ର ଛାତ୍ରୀ,ଅଞ୍ଚଳ ବାସୀ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ad-week
Leave A Reply

Your email address will not be published.