
ହିଂଜିଳିକାଟୁ (୧୬।୭) : ହିଂଜିଳିକାଟୁ ଥାନା ଅନ୍ତର୍ଗତ ବେଲଗାଁ ସିଏଚସି ଅନ୍ତର୍ଗତ ସାରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରୁ ଡେସ୍କଟପ, ଏଲ ଇଡି ଟିଭି, ଇନଭେଟର ଚୋରୀ ମାମଲାରେ ତଦନ୍ତ କରୁଥିବା ହିଂଜିଳି ପୋଲିସ ହାତରେ ଅଫିସ ଚୋରୀ ସାମଗ୍ରୀ ସହ ଅନ୍ୟାନ୍ୟ ଅଂଚଳରୁ ଚୋରୀ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଧାଫାଶ କରିଛି । ଏହି ଗ୍ୟାଙ୍ଗ ହିଂଜିଳି ଥାନା ସହ ଅନ୍ୟାନ୍ୟ ଅଂଚଳରେ ବିଭିନ୍ନ ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନକୁ ପଶି ଚୋରୀ କରି ବିକ୍ରୀ କରୁଥିବା ତଦନ୍ତରୁ ପୋଲିସ ଜାଣିଛି । ଏହି ଗ୍ୟାଙ୍ଗର ୪ଜଣଙ୍କୁ ଶନିବାର ହିଂଜିଳି ପୋଲିସ ଗିରଫ କରିଛି । ଗିରଫ ମାନେ ହେଲେ ଗଂଜାମ ଜିଲା ଶେରଗଡ଼ ଥାନା ଠୁରୁବୁରାଇର ଗ୍ରାମର କାହ୍ନୁ ଚରଣ ସାହୁ, ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବାପୁଜୀ ମାର୍ଗ ବାସିନ୍ଦାଯୋଗି ଦାଶ, ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିକିରୀ ଗ୍ରାମ ପରି ସାହିରସମ୍ପଦ ପ୍ରଧାନ ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବାନା ପ୍ରଧାନ । । ୪ ଅଭିଯୁକ୍ତଙ୍କ ଘରୁ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରୁ ବିଭିନ୍ନ ଚୋରୀ ସାମଗ୍ରୀ ଜବତ ହୋଇଥିବା ପୋଲିସ ଶନିବାର ହିଂଜିଳି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ଏଲଜି କମ୍ପାନୀ ର ଏଲ ଇଡି ଟିଭି, ଗୋଟିଏ ଡେସ୍କଟପ, ତିନୋଟି ଇନଭେଟର ବ୍ୟାଟେରୀ, ଗୋଟିଏ ଇନଭେଟର ମେସିନ,ଟାୱାଲ ପୋଲିସ ଜବତ କରିଛି । ଶନିବାର ଏଥିନେଇ ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାଶ ସାମ୍ବାଦିକଙ୍କୁ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଆହୁରି ଚାଲୁଥିବା କହିଛନ୍ତି ।
ପ୍ରକାଶ ଥାଉ କି, ଗତ ଅପ୍ରେଲ ମାସ ୨୬ତାରିଖ ରାତି ଓ ୨୭ତାରିଖ ସକାଳେ ସାରୁ ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ର ତାଲା ଭାଙ୍ଗି ଦୁବୃର୍ତମାନେ ୧ଟି ଡେସ୍କଟପ, ୨ଟି ଇନଭେଟର ବ୍ୟାଟେରୀ ର, ୧ ଟି ଇନଭେଟର ମେସିନ, ବେଡସିଟ କଭର, ଟାୱାଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରିଥିଲେ । ଅଫିସର କାଗଜପତ୍ର ଏଣେତେଣେ କରିଥିଲେ । ୨୭ ତାରିଖ ସକାଳେ ସାରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡ୍ ମନିସ ପଣ୍ଡା ଅଫିସକୁ ଆସିବା ପରେ ଏହି ଚୋରୀ ଘଟଣା ନେଇ ଜାଣିଥିଲେ । ଏଥିନେଇ ଡ ପଣ୍ଡା ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ହିଂଜିଳି ଥାନାରେ ଚୋରୀ ଘଟଣା ନେଇ ନଂ-୨୧୩/୨୨ ରେ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ବିଭିନ୍ନ ଅଂଚଳରେ ଛାନଭିନ ସହ ସନ୍ଦେହରେ କିଛି ଲୋକଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା । ପୋଲିସ ତଦନ୍ତରେ ଗ୍ୟାଙ୍ଗ ସଦସ୍ୟ ଏହି ଚୋରୀ ସହ। ୧୯।୬ ।୨୦୨୨ ରେ ସାପୁଆପଲ଼ି ଗା଼ମର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓଗତ ମାର୍ଚ୍ଚ ୧୪ ତାରିଖ ରାତିରେ ଓ୧୫ ତାରିଖ ସକାଳେ ଗଣ୍ଡଳା ଗ୍ରାମ ଛକରେ ଵିଭିନ୍ନ ଦୋକାନ ତାଲା ଭାଙ୍ଗି ଜିନିଷ ପତ୍ର ବିଭିନ୍ନ ଚୋରୀରେ ସଂପୃକ୍ତି ଥିବା ପୋଲିସ ଜାଣି ପାରିଥିଲା । ଘଟଣାର ଚେର ବହୁତ ଦୂରକୁ ଲମ୍ବିଥିବା ବେଳେ ଗ୍ୟାଙ୍ଗରେ ଆଉରି ଅନେକ ବ୍ୟକ୍ତିଙ୍କ ସଂପୃକ୍ତିକୁ ଅସ୍ୱୀକାର କରି ହେଉନାହିଁ ।