ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ ତିନୋଟି ଜିଲ୍ଲାର ୪୨ ଅଧ୍ୟକ୍ଷ ଓ ଅଧ୍ୟକ୍ଷା

add-all

ହିଞ୍ଜିଳିକାଟୁ (୧୬।୭): ଶନିବାର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ତରଫରୁ ମୟୁରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାର ୪୨ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ର ସାରୁ ଓ ଆମ୍ଵଗାଁ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ । ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖି ସନ୍ତୋଷବ୍ୟକ୍ତ ପ୍ରକାଶ କରିଥିଲେ । ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠି,ବ୍ଲକ କମ୍ପୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାସ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ,ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର ଙ୍କ ସହ ଶାସନ ଆମ୍ବଗାଁ ଏବଂ ସାରୁ ପଞ୍ଚାୟତ ର ରୂପାନ୍ତରିକରଣ ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିଲେ । ସେଠାରେ ପିଲାଙ୍କ ସହ ବିଦ୍ୟାଳୟରେ ହେଉଥିବା ପାଠପଢ଼ା ବିଷୟ ଉପରେ ଆଲୋଚନା କରିଥିଲେ।ପରେ ସାରୁ ଗ୍ରାମର ନିର୍ମାଣ ଧୀନ ଗଞଶାଳା ପରିଦର୍ଶନ କରିଥିଲେ । ଶାସନ ଆମ୍ବ ଗାଁ ଗ୍ରାମ ପଞ୍ଚାୟତ ର ସ୍ମାର୍ଟ ଅଙ୍ଗନବାଡ଼ି କେନ୍ଦ୍ର, ପୋଖରୀ ସୌନ୍ଧର୍ଯ୍ୟକରଣ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଥିଲେ । ଶାସନ ଆମ୍ବଗାଁ ସରପଞ୍ଚ ଦନାର୍ଦନ ସେଠି, ସମତି ସଭ୍ୟା ପ୍ରମିଳା ପାଣିଗ୍ରାହୀ, ସମାଜସେବୀ ମାର୍କଣ୍ଡ ପାଣିଗ୍ରାହୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ଏବଂ ସାରୁ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟା ଶକୁନ୍ତଳା ଦାସ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍. ରାଜେଶ୍ ରାଓ ଏବଂ ଗ୍ରାମର ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ଉପସ୍ଥିତ ରହି ତିନୋଟି ଜିଲ୍ଲାର ଅଧ୍ୟକ୍ଷ ଦଳକୁ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳ ରେ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପ ଟିମ ସହ ମିଶି ବୁଲି ଦେଖିଥିଲେ ଏବଂ ଅଞ୍ଚଳର ଉନ୍ନୟନ ପ୍ରକଳ୍ପ ର ଅନୁଭୂତିକୁ ଦଳ ସହିତ ଭାବର ଆଦାନ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.