
ଚିତ୍ରକୋଣ୍ଡା (୧୬/୦୭) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ନଦୀକୁ ମାଛ ମାରିବାକୁ ଯାଇ ନଦୀରେ ଭାସିଯାଇ ମୃତୁବରଣ କରିଥିବା ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ଗ୍ରାମ ପଞ୍ଚାୟତ ଆନିବିରିଡା ନଦୀରେ ଗତକାଲି ଅପରାହ୍ନ ସମୟରେ ଆନିବିରିଡା ଗ୍ରାମର ଭେଙ୍କେଟ ଇସାଙ୍ଗୀ ବୟସ ୩୮ ନଦୀକୁ ମାଛ ମାରିବାକୁ ଯାଇ ନଦୀରେ ଭାସିଯାଇ ନିଖୋଜ ଥିଲେ । ନିଖୋଜ ବ୍ୟକ୍ତି ଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ ସୁଧା ମିଳିନଥିଲା l ଉକ୍ତ ଖବର ଚିତ୍ରକୋଣ୍ଡା ଦମକଳ ବାହିନୀ ର ଓଡ୍ରାଫ ଟିମ ପହଞ୍ଚି ଆଜି ନିଖୋଜ ଵ୍ୟକ୍ତି କୁ ଉଦ୍ଧାର କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପାପରମେଟେଲା ଥାନାର ୟୁଡ଼ି କେଶ ନମ୍ବର ୦୫/୨୦୨୨ ପଞ୍ଜିକୃତ ଅନୁଯାଇ ଥାନାର ଏସଆଇ ଉଦ୍ଧବ ମାଝୀ ନାୟକ ତତ୍ଵାବଧାନରେ ଘଟଣା ସ୍ଥଳରେ ପହଞ୍ଚି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା ଆଜି ରାତି ହୋଇଯାଇଥିବାରୁ ଆଜି କିମ୍ବା କାଲି ସକାଳୁ ଶବ ବ୍ୟବଚ୍ଛେଦ କରି ମୃତ ବ୍ୟକ୍ତିର ଶବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି l ଉକ୍ତ ଘଟଣାଟିକୁ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଙ୍କୁ ପଚାରିବାରୁ ଉକ୍ତ ଵ୍ୟକ୍ତି ମାଛ ଧରିବାରୁ ଯାଇ ନଦୀରେ ଗୋଡ ଖସିଯାଇ ଭାସି ଯାଇଥିବା ସ୍ପଷ୍ଟ କରିଥିଲେ l