ବିଦ୍ୟାଳୟରେ ଡେଙ୍ଗୁ ଓ ମେଲେରିଆ ସଚେତନତା କାର୍ଯ୍ୟକ୍ରମ

add-all

ଚିତ୍ରକୋଣ୍ଡା(୧୬/୦୭) : ଚିତ୍ରକୋଣ୍ଡାରେ ଡେଙ୍ଗୁର ପରିମାଣରେ ମାତ୍ରାଧିକ ବୃଦ୍ଧିକୁ ରୋକିବାକୁ ଜିଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର.ପ୍ରତୀକ ପ୍ରିୟଦର୍ଶୀ ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ ଙ୍କ ମିଳିତ ଉଦ୍ୟମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ଆଶା ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ମାଧ୍ୟମରେ ଗାଁ ଗାଁ, ସାହି, ବସ୍ଥି କଲୋନୀ ତଥା ସହର ବୁଲି ସଚେତନତା କରାଯାଇଛି | ଗଲା କାଲି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ଠାରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ର ଏଡ଼ିପିଏଚଓ (ଭିବିଡ଼ି ) ଡାକ୍ତର ଧନେଶ୍ୱର ମହାପାତ୍ରଙ୍କ ଅଧକ୍ଷତାରେ ,ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ, କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର ପ୍ରତୀକ ପ୍ରିୟଦର୍ଶୀ,ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଏବଂ ଚିତ୍ରକୋଣ୍ଡା ବିଇଓ ସୁଶ୍ରୀ ଗାୟତ୍ରୀ ଦେବି ଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ବିଭିର୍ନ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ସିଆରସିସି ମାନଙ୍କୁ ନେଇ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କୁ ମେଲେରିଆ ଓ ଡେଙ୍ଗୁ ନହେବାକୁ ବିଦ୍ୟାଳୟ କୁ ଡେଙ୍ଗୁ ଓ ମ୍ୟାଲେରିଆ ମୁକ୍ତ କରିବାକୁ ସଚେତନ କରାଯାଇଥଲା | ବିଦ୍ୟାଳୟ ପରିସରକୁ, ଶ୍ରେଣୀ ଗୃହ, ଆସବା ବା ହଷ୍ଟେଟ ବିଦ୍ୟାଳୟ କୁ ସଫା ସୁତୁରା ରଖିବା ରଖି କୌଣସି ସ୍ଥାନରେ ପାଣି ଜମା ହେବାକୁ ନଦେଇ ଯଦି କିଛି ନାଳ ନର୍ଦମା କିମ୍ବା ଆବର୍ଜନା ଥାଏ ତାକୁ ହଟାଇ ହଷ୍ଟେଟ ବିଦ୍ୟାଳୟ ମାନଙ୍କରେ ପିଲାଙ୍କୁ ମଶାରୀ ଟାଣି ଶୋଇବା ଇତ୍ୟାଦି ବିଦ୍ୟାଳୟ ରେ ଡେଙ୍ଗୁ ଓ ମେଲେରିଆ ନିରାକରଣ ସମ୍ପର୍କିତ ସଚେତନତା କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇଥିଲା l

ad-week
Leave A Reply

Your email address will not be published.