ଉଠାଦୋକାନୀ ସଂଘରେ ସାମିଲ ହେଲେ ଛତ୍ରପୁରରେ ମତ୍ସ୍ୟ ବ୍ୟବସାୟୀକ ସଂଘଠନ

ଛତ୍ରପୁର : ଛତ୍ରପୁର ସହରରେ ମାଛ ମାକ୍ରେଟ ଓ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ବିକ୍ରୀ କରି ଆସୁଥିବା ମତ୍ସ୍ୟ ବ୍ୟବସାୟୀ ଓ ଆମିଷ ବିକ୍ରେତା କାରୀଙ୍କୁ ନେଇ ‘ଛତ୍ରପୁର ଉଠା ଦୋକାନୀ ସଂଘ’ ଉପସଭାପତି ‘ଇଜୁ ଆମିନ ଖାନ୍’ ଙ୍କ ନେତୃତ୍ବରେ ଛତ୍ରପୁର ନିକଟସ୍ଥ ତରେଇପାଟପୁର ଗ୍ରାମ ସ୍ଥିତ ତାରକେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାଛ ଓ ଅନ୍ୟାନ୍ୟ ଆମିଷ ବିକ୍ରେତାକାରୀ ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିବା ସହ ସ୍ଥାୟୀ ଭେଣ୍ଡିଂ ଜୋନ ଉପରେ ଆଲୋଚନା ହୋଇଥିବା କୁହାଯାଇଛି । ଏବଂ ସଭାରେ ସମସ୍ତଙ୍କ ସମ୍ମତି କ୍ରମେ ‘ଛତ୍ରପୁର ଉଠା ଦୋକାନୀ ସଂଘ’ରେ ମତ୍ସ୍ଯ ବ୍ଯବସାୟୀକ ମାନେ ସାମିଲ ହେବା ସହ ସମସ୍ତ ଆମିଷ ବିକ୍ରେତାକାରି ବିଧିବଦ୍ଧ ଭାବେ ସଂଘ ସଦସ୍ଯତା ଗ୍ରହଣ କରିଥିଲେ। ଏହାପରେ ପରିଚାଳନା ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା । ଏହି ସଭାରେ ଅତିଥି ଭାବେ ଚାଷୀ ନେତା ସିମାଞ୍ଚଳ ନାହାକ, ତିଅର ସଂପ୍ରଦାୟର ଚାଷୀ ମୂଲିଆ ଶ୍ରମିକ ନେତା ଗୁରୁଦେବ ବେହେରା ପ୍ରମୁଖ ଅତିଥି ରୁପେ ଯୋଗଦେଇ ବକ୍ତବ୍ଯ ରଖିଥିଲେ । ଏବଂ ସଭାରେ ଶୌଳ ବେହେରା , ସୌଇନ୍ଦ୍ରୀ ବେହେର, ରୁନା ବେହେରା , ନୀଳାଦ୍ରୀ ବେହେରା , ମିଲି ବେହେରା , ଜାନକୀ ବେହେରା ଓ ଚକ୍ରପାଣି ପୋଲାଇ ପ୍ରମୁଖ ଯୋଗଦେଇ ସହୋଯାଗ କରିଥିଲେ ।

ad-week
Leave A Reply

Your email address will not be published.