ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବାକୁ ବାରଣ କରିବାରୁ ମହିଳାଙ୍କ ଆତ୍ମହତ୍ୟା

add-all

ସୋର: ଇନଷ୍ଟାଗ୍ରାମରେ ଫଟୋ ଓ ଭିଡ଼ିଓ ପୋଷ୍ଟ କରିବାକୁ ଶ୍ୱଶୁର ଘର ଲୋକେ ବାରଣ କରିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ଇା ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳା ହେଲେ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଜୟନ୍ତୀ ପାତ୍ର। ସେ ୧୦ବର୍ଷ ପୂର୍ବେ କଇଥଗଡ଼ଇାର ବୁଦ୍ଧଦେବ ପାତ୍ରଙ୍କୁ ବିବାହ କରିଥିଲେ।

ଗତକାଲି ରାତିରୁ ସେ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଏକ ପୋଖରୀରୁ ଉଦ୍ଧାର ହୋଇଛି। ତେବେ ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଶେଷ ଦୁଇଟି ପୋଷ୍ଟ କରିଛନ୍ତି। ଯେଉଁଥିରେ ଗୋଟିକରେ ” ହୁଏତ ଏ ମୋର ଲାଷ୍ଟ ଭିଡ଼ିଓ ହୋଇପାରେ” ଓ ଅନ୍ୟଟିରେ ” କାଲି ମୁଁ ଏ ଦୁନିଆରେ ଥିବି କି ନଥିବି କିନ୍ତୁ ନିଶ୍ଚୟ ମନେ ରଖିବେ” ବୋଲି ଲେଖା ରହିଛି।

ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରୁଥିଲା ଝିଅ। ଯାହାକୁ ଶ୍ୱଶୁର ଘର ଲୋକେ ବିରୋଧ କରିଆସୁଥିଲେ। ତେବେ ଏନେଇ ଖଇରା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.