NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

add-all

ଭୁବନେଶ୍ବର,୧୭।୭ ଏନଡିଏ ସମର୍ଥିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ବିଜେଡି ସମର୍ଥନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଏ ନେଇ କଥା ହୋଇଥିଲେ। ଜଗଦୀପଙ୍କୁ ସମର୍ଥନ ଦେବା ପାଇଁ ନବୀନଙ୍କୁ ମୋଦି କହିଥିଲେ। ଜଗଦୀପଙ୍କୁ ବିଜେଡି ସମର୍ଥନ କରିବ ବୋଲି ମୋଦୀଙ୍କୁ ନବୀନ ପ୍ରତିଶ୍ରୁତି ଦେଇଥିଲେ।

ଏପରିକି ଜଗଦୀପଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡି ସାଂସଦ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ad-week
Leave A Reply

Your email address will not be published.