ତିଆରି କୁ ମାତ୍ର କିଛି ମାସ : ବିଜୁ କଲ୍ୟାଣ ମଣ୍ଡପ ଭିତରେ ଆଣ୍ଠୁଏ ପାଣି

add-all

ଠିକାଦାର ଓ ପ୍ରଶାସନ କଳର ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ଗଡୁଛି…

ଫୁଲବାଣୀ – କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସହରରେ କିଛି ମାସ ତଳେ ତିଆରି ହୋଇଥିଲା ବିଜୁ କଲ୍ୟାଣ ମଣ୍ଡପ ସମୂଖ ଭାଗରୁ ଦେଖିବାକୁ ବେଶ ଆକର୍ଷଣୀୟ ଗତକାଲିର ଲଗାଣ ବର୍ଷାରେ ମଣ୍ଡପ ଭିତରେ ଆଣ୍ଠୁଏ ପାଣି।ସହରରେ କଲ୍ୟାଣମଣ୍ଡପ ଟିଏ ନଥିଲା lଫଳରେ ବାହାଘର ଟିଏ ହେଉ, ବ୍ରତ କି ମୀଟିଙ୍ଗ ପାଈଁ ଅସୁବିଧା ଭୋଗୁଥିଲେ ସହରବାସୀ lଲୋକଙ୍କ ଦାବୀ ପ୍ରକାରେଆବଶ୍ୟକତା କୁ ଦ୍ରୁଷ୍ଟିରେ ରଖି ଲକ୍ଷାଧିକ ଟଙ୍କା ବ୍ୟୟରେ ଜି. ଉଦୟଗିରି ଠାରେ ଏନ ଏ ସି ପକ୍ଷରୁ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନ ରେ ନିର୍ମାଣ ହେଲା lଲୋକେ ବି ଖୁସି ଅନୁଭବ କଲେ lହେଲେ ନିର୍ମାଣ

କେଇଟାମାସ ଯାଇନି ଏବେ ବର୍ଷାରେ ଗଳିବା ସହ କାନ୍ଥରୁ ପାଣି ବୋହି ଓଦା ହେଲାଣି l କିଛି ଜାଗାରୁ କାନ୍ଥରୁ ସିମେଣ୍ଟ ବି ଖସିଲାଣି lଯାହା ଏ ଚିତ୍ର ବୟାନ କରୁଛି lଦାଇତ୍ୱ ରେ ଥିବା ଯନ୍ତ୍ରୀଙ୍କ ଦୁର୍ନିତୀ ପୁର୍ଣ କାରବାର ଯୋଗୁଁ ଠିକାଦାର ପିସି ଦେଇ ସନ୍ତୁଷ୍ଟ କରିବାକୁ ଯାଇ ଏଭଳି ନିମ୍ନ ମାନର କାର୍ଯ୍ୟ କରିଥିଵା କୁହାଯାଉଛି l ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଯନ୍ତ୍ରୀ ଓ ଠୀକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି lଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାଲାଗି ସାଧାରଣରେ ଦାବୀ ହେଉଛି lଏ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ ଅଭିଯୋଗ ମିଳିଲେ ତଦନ୍ତ ହେବ ବୋଲି କହିଛନ୍ତି l

ad-week
Leave A Reply

Your email address will not be published.