ମୋବାଇଲ ପ୍ରେମ ମହଙ୍ଗା ପଡିଲା : ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ…

add-all


ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା । ଗତ ୧୫ ତାରିଖ ଦିନ ଅଞ୍ଜିତାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ ଦିଗାଲ(୨୯)କୁ ରାଇକିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ପଙ୍କଜ ଓ ଅଞ୍ଜିତାଙ୍କ ମଧ୍ୟରେ ପୂର୍ବରୁ ମୋବାଇଲ ଯୋଗେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପଙ୍କଜ ଅଞ୍ଜିତାର ନିର୍ବନ୍ଧ ହୋଇଯିବା କଥା ଜାଣିପାରି ମୋବାଇଲ ଯୋଗେ ୧୪ ତାରିଖ ଦିନ ବୁଲିଯିବାକୁ କହିଥିଲା। କଥା ଅନୁଯାୟୀ ଗତ ୧୪ ତାରିଖ ଅର୍ଥାତ ଗୁରୁବାର ଦିନ ଅଞ୍ଜିତା ବାପାଙ୍କୁ ଫୁଲବାଣୀ ଯିବାକୁ କହି ଘରୁ ବାହାରି ଆସିଥିଲା। ଏହାପରେ ପଙ୍କଜ ଓ ଅଞ୍ଜିତା ମଣ୍ଡାସାରୁ ଓ ଦାରିଙ୍ଗବାଡି ବୁଲିବାକୁ ଯାଇଥିଲେ। ଅଞ୍ଜିତା ବାପାଙ୍କୁ ଫେରିବା ବିଳମ୍ବ ହେବ କହି ମୋବାଇଲ ଫୋନ ସୁଇଚ ଅଫ କରି ଦେଇଥିଲା। ତେବେ ପଙ୍କଜ ତାକୁ ଦୁଷ୍କର୍ମ କରିବା ଘଟଣା ପ୍ରଘଟ ଆଶଙ୍କାରେ ପଥର ଛେଚି ହତ୍ୟା କରିଥିଲା ବୋଲି ପଙ୍କଜ ପୁଲିସ ଆଗରେ ବର୍ଣ୍ଣନା କରିଥିଲା। ପ୍ରକାଶ ଥାଉକି ପଙ୍କଜ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିବା ଅପରାଧରେ ୭ ବର୍ଷ ସଜା କାଟିଥିବା ସୂଚନା ମିଳିଛି। ଏନେଇ ଥାନା କେସ ନଂ ୭୩/୨୨ ଦଫା ୩୦୨ ଆଇପିସିରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ପଙ୍କଜକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଉପଖଣ୍ଡ ପୁଲିସ ଅଧିକାରୀ ଡ.ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି। ତଦନ୍ତ ଅଧିକାରୀ ଶାନ୍ତନୁ ପ୍ରଧାନ ଏହି ମାମଲାର ତଦନ୍ତଭାର ଗ୍ରହଣ କରିଛନ୍ତି।

ad-week
Leave A Reply

Your email address will not be published.