ବାଲ୍ୟବିବାହ ରୋକିବା ନେଇ ସଚେତନତା ବୈଠକ

add-all

ଦାରିଙ୍ଗବାଡ଼ି,୧୯/୭ : ଦାରିଙ୍ଗବାଡ଼ି ସମ୍ମନିତ ଶିଶୁ ବିକାଶ ଯୋଜନା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମର ସହଯୋଗରେ ବୁଡାଗୁଡ଼ା ପଞ୍ଚାୟତ ସଭାଗୃହରେ ବାଲ୍ୟବିବାହ ରୋକିବା ନେଇ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ବୁଡାଗୁଡ଼ା ପଞ୍ଚାୟତ ସରପଞ୍ଚ ତାତୁରା ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ ଯୋଗଦେଇଥିଲେ। ଏଥିରେ ପଞ୍ଚାୟତ ପ୍ରତିନିଧି, ସ୍ୱାସ୍ଥ୍ୟ କର୍ମୀ, କିଶୋର କିଶୋରୀ, ଅଙ୍ଗନବାଡ଼ି, ଆଶାକର୍ମୀ ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବ ଯୋଗଦେଇ ଥିଲେ। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଆଲୋଚନା ଓ ସଚେତନ ବାର୍ତ୍ତା ଅତିଥି ଓ ଅନୁଷ୍ଠାନର ପ୍ରତିନିଧି ମାନେ ତାଙ୍କ ବକ୍ତବ୍ୟରେ ପ୍ରଦାନ କରିଥିଲେ। ଏହି ଅବସରରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ କାର୍ଯ୍ୟ କରିବାକୁ ବୈଠକରେ ଉପସ୍ଥିତ ସମସ୍ତ ପ୍ରତିନିଧି ଓ କିଶୋର କିଶୋରୀ ପ୍ରତିଜ୍ଞା କରିଥିଲେ। କାର୍ଯ୍ୟକ୍ରମକୁ ଆଇସିଡିଏସ ସୁପରଭାଇଜର ସୁଜାତା ସାହୁ ଓ ପ୍ରେମ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.