ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କର ଅଣଦେଖା ଅଭିଯୋଗ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟେଟବ୍ୟାଙ୍କ ଶାଖା ଗୁଡିକରେ କାର୍ଯ୍ୟରତଥିବା କର୍ମଚାରୀମାନେ ବରିଷ୍ଠ ନାଗରିକ ମାନଙ୍କୁ ଉଚିତ ସମ୍ମାନ ଓ ସେବା ଦେଉ ନଥିବା ଅଭିଯୋଗ ହେଉଛି । କେତେକ ବରିଷ୍ଠ ନାଗରିକ ଅଭିଯୋଗ କରି ଦର୍ଶାଇଛନ୍ତି ଯେ, ସ୍ଥଳ ବିଶେଷରେ ବରିଷ୍ଠ ମାନଙ୍କୁ ଜାଣିଶୁଣି ହଇରାଣ ହରକତ ମଧ୍ୟ କରାଯାଉଛି । ନିକଟରେ ଜୈନିକ ବରିଷ୍ଠ ନାଗରିକ ହେମନ୍ତ ମହାନ୍ତି ବ୍ୟାଙ୍କ କର୍ମଚାରି ମାନଙ୍କ ବ୍ୟବହାରରେ ଅତିଷ୍ଟ ଓ ଅସନ୍ତୋଷ ପ୍ରକାଶ କରି ବ୍ୟାଙ୍କର ଲୋକପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ୟାଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ଉଚିତ ସମ୍ମାନ ସହ ବସିବା ପାଈଁ ଚେୟାର, ପାନୀୟ ଜଳ ଆଦି ସମେତ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସରକାର ଓ ବ୍ୟାଙ୍କର ସ୍ପଷ୍ଟ ନିର୍ଦ୍ଧେଶ ଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ମାନେ ଉଚିତ ସେବା ଯୋଗାଇ ଦେବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ସରକାର ଓ ବ୍ୟାଙ୍କ କର୍ମକର୍ତ୍ତା , ତୁରନ୍ତ ବ୍ୟାଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ,ପ୍ରତିକାର ପାଇଁ ଦାବି କରିଛନ୍ତି ।ବ୍ୟାଙ୍କର ଉଚ୍ଚ କର୍ମକର୍ତ୍ତା ଏଥି ପ୍ରତି ଦୃଷ୍ଟି ନଦେଲେ, ଭବିଷ୍ୟତରେ ବରିଷ୍ଠ ନାଗରିକମାନେ ଲୋକପାଳ ଓ ବ୍ୟାଙ୍କ ଉଚ୍ଚ କତୃପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହେବେ ବୋଲି ମିଳିତ ନାଗରିକ କମିଟି ସଭାପତି ଡ଼ଃ. ଅରୂପ କୁମାର ଜେନା, ଆବାହକ ଅଶୋକ ପରୀଡା କହିଛନ୍ତି l

ad-week
Leave A Reply

Your email address will not be published.