
ଦାରିଙ୍ଗବାଡ଼ି,୧୯/୭, ଦାରିଙ୍ଗବାଡ଼ି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗଦଡ଼ି ଗ୍ରାମରେ ଗୋଷ୍ଠି ଗତ ଜଙ୍ଗଲ ଜମିରେ ବନବିଭାଗ ପକ୍ଷରୁ ମହୁଲ ଗଛ ଚାରା ୨୦୦ ଗୋଟି ଏବଂ କିଛି ବାଉଁଶ ମଞ୍ଜି ଲଗାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ବନପାଳ ରବି ମୋହନ ନାୟକ, ବନରଖି ସ୍ୱପ୍ନା ପାତ୍ର , “ପ୍ରଦାନ” ଅନୁଷ୍ଠାନ ର BC ଡମ୍ଭୁରୁଧର ଦିଗାଳ ସମେତ ଜମି ସାଥି, ଅଶ୍ୱିନ, ରୋହିତ ପ୍ରମୁଖଙ୍କ ସହ ଜଙ୍ଗଲ କମିଟି ସଭ୍ୟ ସଭ୍ୟା ଉପସ୍ଥିତ ରେ ବୃକ୍ଷ ରୋପଣ କରାଯାଇଥିବା ଜଣାପଡିଛି।