
ଉମରକୋଟ : ମୃତଦେହ ଉଦ୍ଧାର ସମୟରେ ପୋଲିସକୁ ମାଡ଼ । ନବରଙ୍ଗପୁର ଝରିଗାଁ ବ୍ଲକ ଝରିଗୁଡା ଗାଁରେ ଏକ ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ବଦ୍ରିକା ୩ ବର୍ଷ ତଳେ ଝରିଗୁଡାର ସୁଶୀଲ ନାଗଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗିଥିଲା। ଗତକାଲି ରାତିରେ ମହିଳା ଆତ୍ମହତ୍ୟା କରିଛନ୍ତି ।
ଅନ୍ୟପଟେ ସ୍ୱାମୀ ଫେରାର୍ ହୋଇଯାଇଥିବା ବେଳେ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରି ଓଢଣୀରେ ଟାଙ୍ଗିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ । ଅଭିଯୁକ୍ତକୁ ଗିରଫ କରାଗଲେ ହିଁ ମୃତଦେହର ପୋଷ୍ଟମଟମ୍ କରାଯିବ ବୋଲି ଦାବି କରିଛନ୍ତି ପରିବାର ଲୋକେ । ଘଟଣାର ଖବର ପାଇ ପୋଲିସ ପହଞ୍ଚି ମୃତ ମହିଳାଙ୍କ ସ୍ୱାମୀକୁ ଗିରଫ କରିବା ସମୟରେ ମହିଳାଙ୍କ ସମ୍ପର୍କୀୟ ମାଡ଼ ମାରିଥିଲେ। ମହିଳାଙ୍କ ସ୍ୱାମୀକୁ ସୁରକ୍ଷା ଦେବା ବେବେଳେ ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡଇ ପିଟିଲେ ଗ୍ରାମବାସୀ। ଏପର୍ଯ୍ୟନ୍ତ ମୃତଦେହ ଉଠି ପାରିନାହିଁ ।