ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ ଡାକ୍ତର

add-all

ଢେଙ୍କାନାଳ: ଗୋଟିଏ ଦସ୍ତଖତ କରିଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର ବାବୁ। ଖୁବ୍ ଖୁସିରେ ଲାଞ୍ଚ ନେଇ ପକେଟରେ ରଖିଥିଲେ। ହେଲେ ପୂର୍ବ ଯୋଜନା ମୁତାବକ ଚଢ଼ଉ କରି ଏହି ଲାଞ୍ଚୁଆ ଡାକ୍ତରଙ୍କୁ ଧରିଛି ଭିଜିଲାନ୍ସ। ଏହି ଲାଞ୍ଚୁଆ ଡାକ୍ତର ଜଣକ ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେଶାଲିଷ୍ଟ ଉମାକାନ୍ତ ଖେଜୁରିଆ।

ଡେଥ କ୍ଲେମ ସାର୍ଟିଫିକେଟ ବା ମୃତ୍ୟୁ ପ୍ରମାଣପତ୍ର ଫର୍ମରେ ଏକ କାଉଣ୍ଟର ଦସ୍ତଖତ କରିଦେବା ପାଇଁ ସେ ଆଜି ଲାଞ୍ଚ ନେଇଥିଲେ। ଯାହା ପରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ମୁତାବକ, ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗାଁର ନନ୍ଦିନୀ ନାୟକ LIC ବୀମା ପଲିସି କରିଥିଲେ। ଏହି ଡାକ୍ତରଙ୍କ ଦେଖାରଖା ଭିତରେ ତାଙ୍କର ଚିକିତ୍ସା ହେଉଥିଲା। ନନ୍ଦିନୀଙ୍କ ମୃତ୍ୟୁ ପରେ ତାଙ୍କ ୮ ବର୍ଷର ଝିଅ ବୀମା ଟଙ୍କା ପାଇଁ ଡେଥ କ୍ଲେମ କରିଥିଲେ। ଏଥିପାଇଁ ଏହି ଡାକ୍ତର କ୍ଲେମ କେସ ଫର୍ମରେ ଏକ କାଉଣ୍ଟର ଦସ୍ତଖତ କରିବା ଆବଶ୍ୟକ ପଡ଼ିଥିଲା। ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁ ଏ ନେଇ ଉକ୍ତ ଡାକ୍ତରଙ୍କ ସହଯୋଗ ଲୋଡ଼ିଥିଲେ। ହେଲେ ଏହି ଦସ୍ତଖତ ପାଇଁ ଡାକ୍ତର ୧୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏ ସମ୍ପର୍କରେ ବୈକୁଣ୍ଠ ଭିଜିଲାନ୍ସକୁ ଜଣାଇଥିଲେ। ଯାହା ପରେ ଏହି ଲାଞ୍ଚୁଆ ଡାକ୍ତରଙ୍କୁ ଧରିବାକୁ ଯୋଜନା ହୋଇଥିଲା। ଆଜି ଏହି ଡାକ୍ତର ଲାଞ୍ଚ ଟଙ୍କା ନେବା ପରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ହେପାଜତକୁ ନେଇ ପଚରାଉଚରା କରିଥିଲା। ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା କରାଯାଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.