ସରକାରୀ ଜାଗା ଜବର ଦଖଲକୁ ନେଇ ତାରିଣୀ ମନ୍ଦିର ସାହିରେ ଉତ୍ତେଜନା

add-all

ମାଲକାନଗିରି : ମାଲକାନଗିରି ତାରିଣୀ ମନ୍ଦିର ସାହି ୱାର୍ଡ ନଂ ୮ରେ କିଛି ଦିନ ହେବ ଉତ୍ତେଜନା ଲାଗି ରହିଛି ଖବରରୁ ଜଣାପଡିଛି | ଯେ ତାରିଣୀ ମନ୍ଦିର ସାହିରେ ୨୦ବର୍ଷରୁ ଉର୍ଦ୍ଧ ସମୟ ଧରି କିଛି ଆଦିବାସୀ ତଥା ଭୂମିହୀନ ଲୋକ ବସ୍ତି ନିର୍ମାଣ କରି ରହି ଆସୁଥିଲେ l ସମସ୍ତେ ନିଜନିଜ ଭିତରେ ଭାଇ ଚାରାଶହ ରହି ଆସୁଥିଲେ l କିନ୍ତୁ କିଛି ବର୍ଷ ଧରି କିଛି ଖଳ ପ୍ରକୃତିର ଲୋକ ସେଠାରେ ରହିବା ଶହ ବିଶୃଙ୍ଖଳା ସୃଷ୍ଟି କରି ଧର୍ମ ପରିବର୍ତନ କରିବାକୁ ଚେଷ୍ଟା କରୁଥିବା ସାହିବାସିନ୍ଦା ମାନେ ଅଭିଯୋଗ ହୋଇଛି l ସର୍ବ ସାଧାରଣ ପାଇଁ ଉର୍ଦ୍ଧିଷ୍ଟ ହୋଇଥିବା ରାସ୍ତାକୁ ଜାଣି ଶୁଣି ଖୋଳିବା ସହ ଅକାରଣରେ ସାହିବାସିନ୍ଦା ସହ ମାରଣା ଅସ୍ତ୍ର ଦେଖାଇ ଭୟଭୀତ କରୁବା ଏବଂ ମିଥ୍ୟା କେଶରେ ସାହି ବାସିନ୍ଦାକୁ ଫସାଇ ଜେଲ ଦଣ୍ଡ ଭୋଗିଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି l ଏ ଭଳି କି ବ୍ୟକ୍ତି ଜଣକ ତୁମେ କାହାକୁ କହିଲେ ମଧ୍ୟ ମୋର କେହି କିଛି କରିପାରିବେ ନାହିଁ ବୋଲି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଥିବା ସାହି ବାସିନ୍ଦାଙ୍କ ଠାରୁ ପ୍ରକାଶ । ଏଭଳି ଏକ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ସମ୍ମିଳିତ ହୋଇ ମାଲକାନଗିରି ତହସିଲଦାର ନିକଟରେ ଲିଖିତ ଅଭିଯୋଗ କରିଥିଲେ l ଧର୍ମ ପରିବର୍ତନ ଏକ ବେଆଇନ କାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ କିଭଳି ଭାବେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନକରି ଓଲଟି ପୀଡିତମାନଙ୍କ ଉପରେ କିଭଳି ଭାବେ ଆଉ କାହା ଚାପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ତାହାର ନ୍ୟାୟପୁର୍ଣ ତଦନ୍ତ କରିବା ପାଇଁ ସାହି ବାସିନ୍ଦା ଶରତ ପଟନାୟକ,ସୁଧାଂଶୁ ନାୟକ,ବତୀ ଖରା, ଲକ୍ଷ୍ମୀଧର ଭୂମିଆ,ଗୁପ୍ତ ପୂଜାରୀ,ତୁଳସୀ ରାମ ଭୂମିଆ ଭଳି ୫୦ରୁ ଉର୍ଦ୍ଧ୍ବ ସାହି ବାସିନ୍ଦା ଦାବି କରିଛନ୍ତି l

ad-week
Leave A Reply

Your email address will not be published.