ସମସ୍ୟା ଘେରରେ ବୁଡାଗୁଡ଼ା ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟ

add-all

ଦାରିଙ୍ଗବାଡ଼ି,(୨୨/୭) : ବୁଡାଗୁଡ଼ା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ହୋଇନଥିବାରୁ ଶିକ୍ଷା ଦାନରେ ସମସ୍ୟା ହୋଇଛି । ସେହିପରି ଅନ୍ତେବାସି ଭାବେ ରହିଆସୁଥିବା ୧୧୯ ଜଣ ଛାତ୍ରୀଙ୍କ ପାଇଁ ଆବଶ୍ୟକ ହେଉଥିବା ପାଣି ଯୋଗାଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ସୂଚନା ପ୍ରକାରେ ଆଜକୁ ତିନି ବର୍ଷ ପୂର୍ବେ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀମାନକୁ ଅନ୍ତେବାସୀ ଭାବେ ରଖି ଶିକ୍ଷା ପ୍ରଦାନ କରିବା ପାଇଁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ୯୦ ଜଣ ଛାତ୍ରୀନାମ ଲେଖିଲେ । ବର୍ତ୍ତମାନ ନବମ ଶ୍ରେଣୀରେ ଛାତ୍ରୀ ନାମ ଲେଖି ସର୍ବ ମୋଟ ଚାରିଟି ଶ୍ରେଣୀର ୧୧୯ ଛାତ୍ରୀ ଅନ୍ତେବାସୀ ଭାବେ ରହି ଶିକ୍ଷା ଗ୍ରହଣ କରୁଛନ୍ତି । ଏଥିପାଇଁ ତିନିଜଣ ଶିକ୍ଷକରେ ଶିକ୍ଷା ଦାନ ଚାଲିଛି । ମୁଖ୍ୟ ବିଷୟ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ହୋଇନଥିବାରୁ ଛାତ୍ରୀ ମାନେ ଏହି ଦୁଇଟି ବିଷୟରେ ପାଠ ପଢିବା ସମସ୍ୟା ହୋଇଛି । ସେହିଭଳି ଛାତ୍ରୀ ମାନଙ୍କ ସ୍ନାନଶୌଚ , ଲୁଗାପଟା ଧୋଇବା, ପାନୀୟ ଜଳ ନେଇ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଅଭିଭାବକ ଓ ଛାତ୍ରୀ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ଜଳ ଯୋଗାଣ ନେଇ ଟ୍ୟାଂଙ୍କି ହୋଇଛି ହେଲେ ଟ୍ୟାଂଙ୍କିକୁ ପାଣି ଆସୁନାହିଁ । ଯେଉଁ ବୋରୱେଲ ହୋଇଛି ବିଦ୍ୟୁତ ସମସ୍ୟା ପାଇଁ ସ୍ନାନଶୌଚ , ଲୁଗାପଟା ଧୋଇବା ଛାଡ଼ ପିଇବା ପାଇଁ ସମସ୍ୟା ସୃଷ୍ଟି ହେଉଥିବା ପ୍ରକାଶ ପାଇଛି ।ସେହିଭଳି ଛାତ୍ରୀ ନିବାସରେ ଅନ୍ଧାରରେ ରହିବାକୁ ପଡ଼ୁଥିବା ଜଣା ପଡ଼ିଛି । ଏହି ଅଞ୍ଚଳରେ ଦିନ ଦିନ ଧରି ବିଦ୍ୟୁତ ରହୁନଥିବାରୁ ବିଭାଗ ଏହାର ଅନ୍ୟଵ୍ୟଵସ୍ଥା କରି ନଥିବାରୁ ଛାତ୍ରୀ ମାନେ ବାହାର ପୋଖରୀକୁ ଯାଇ ସ୍ନାନଶୌଚ , ଲୁଗାପଟା ଧୋଇବାକୁ ବାଧ୍ୟ ହେଉଥିବା ପ୍ରକାଶ ପାଇଛି । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତ୍ରସେନ ପ୍ରଧାନ ସୂଚନା ଦେଇଛନ୍ତି । ଏଥିନେଇ ଅନେକ ବାର ବିଭାଗୀୟ ଅଧିକାରୀଙ୍କୁ ଏହି ସମସ୍ୟା ନେଇ ଅବଗତ କରିଥିଲେ ମଧ୍ୟ କରାଯିବ ଉତ୍ତର ଦେଇ ମାସ ମାସ ଚାଲିଛି । କାର୍ଯ୍ୟଭାର ନେଇଥିବା ଶିକ୍ଷକ ସମସ୍ୟାରେ ରହି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ କେବଳ ସୂଚନା ଦେଇ ଅଜ୍ଞାଧୀନ କର୍ମଚାରୀ ହୋଇ ରହିଥିବା କୁହା ଯାଉଛି । ସରପଞ୍ଚ ତାତୁରା ପ୍ରଧାନଙ୍କ ସହ ଏହି ସମସ୍ୟା ସମ୍ପର୍କରେ ଆଲୋଚନାରେ କହିଛନ୍ତି ଯେ ପ୍ରଶାସନ ସମସ୍ୟା ପ୍ରତି ଅନ୍ତରିକତାର ଅଭାବରୁ ସମସ୍ୟା ଦୀର୍ଘଦିନ ଧରି ରହିଛି କହିଛନ୍ତି। ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ ଏହି ସମସ୍ୟା ସମ୍ପର୍କରେ ଯନ୍ତ୍ରୀଙ୍କୁ ଅବଗତ କରାହୋଇଛି ଅତିଶୀଘ୍ର ହେବ ବୋଲି କହିଛନ୍ତି । ଏଣୁ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ଓ ଛାତ୍ରୀଙ୍କ ଦାବୀ ହେଉଛି ।

ad-week
Leave A Reply

Your email address will not be published.