
ଫୁଲବାଣୀ : ଫୁଲବାଣୀ ସହରର ପ୍ରସିଦ୍ଧ ନାରାୟଣୀ ଯାତ୍ରା କମିଟୀର ଦେଶୀବେହେରା ଜେ. ଖାଲୀପାତ୍ରଙ୍କ ଶୁକ୍ରବାର ଆଜି ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା ।କିଛି ମାସ ପୂର୍ବରୁ ତାଙ୍କ ପତ୍ନୀଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ଖବର ପାଇ ନାରାୟଣୀ ଯାତ୍ରା କମିଟି ସଭାପତି ପି. ସୁଧାଂଶୁ ଶେଖର ସେନାପତି, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଓ ବହୁ କର୍ମକର୍ତା, ବଣିକ ସଙ୍ଘ ସଭାପତି, କର୍ମକର୍ତା ଓ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତି କରିଥିଲେ ।ସ୍ବର୍ଗତପାତ୍ର ନାରାୟଣୀ ଯାତ୍ରା ଆରମ୍ଭରୁ ପଚାଶ ବର୍ଷ (୨୫ଟିଯାତ୍ରା)ଧରି ଦେସିବେହେରା ଭାବେ ସୁଚାରୁରୂପେ ଦାଇତ୍ଵ ସମ୍ପର୍ଣ୍ଣ କରିଆସୁଥିଲେ । ଚଳିତ ବର୍ଷ ପଚାଶ ବର୍ଷ(ପଞ୍ଚବିଂଶ ତମ ଯାତ୍ରା) ପୂର୍ତ୍ତି ଅବସରରେ ତାଙ୍କର ସ୍ୱାସ୍ଥ୍ୟବସ୍ତା ଭଲ ନଥିବାରୁ ଉପସ୍ଥିତ ରହିନ ପାରି ତାଙ୍କ ଜୋଇଁଙ୍କୁ ମା ନାରାୟଣୀଙ୍କ ସେବା କାର୍ଯ୍ୟ ନିଓଜିତ କରାଯାଇଥିଲା ।ଦେଶୀ ବେହେରାଙ୍କ ମୃତ୍ୟୁରେ ପୂର୍ବତନ ସଭାପତି. ଅଶୋକ ପଟ୍ଟନାୟକ, ପ୍ରସନ୍ନ ପଟନାୟକ, ରବି ସୁବୁଦ୍ଧି, ରମେଶ ଚନ୍ଦ୍ର ମହାନ୍ତି, ଆଦିବାସୀ ନେତା ଲମ୍ବୋଦର କହଁର, ଆଇନଜୀବୀ ଶିବ ତ୍ରିପାଠୀ. ଉପସଭାପତି ସୁଜିତ ବେହେରା, ପ୍ରେସକ୍ଲବ ସଭାପତି ତଥା ପୂର୍ବତନ ଯାତ୍ରା କମିଟି ଉପସଭାପତି ସୁନୀଲ ପଟ୍ଟନାୟକ, ଯାତ୍ରାକମିଟି ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜକ ଅଶୋକ ମହାନ୍ତି, ପ୍ରଶାନ୍ତ ବେହେରା,ସାମ୍ବାଦିକ ତଥା ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଅଜୀତ ମହରଣା, ତ୍ରିନାଥ ସାହୁ, କଂଗ୍ରେସ ନେତା ବଂଶୀଧର ସ୍ବାଇଁ, ପୂର୍ବତନ କାଉନସିଲର ପ୍ରଦୀପ ମୁନି, ଦୀନେଶ ବେହେରା, ପାର୍ଥ ବିଶ୍ବାଳ, ସନ୍ତୋଷ ଦିଗଲ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।