ସୋନିଆଙ୍କୁ ଇଡି ଜେରା ପ୍ରତିବାଦରେ ଗଞ୍ଜାମରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ

add-all

ଛତ୍ରପୁର : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ିର ଜେରା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ଠାରେ ଜିଲ୍ଲା ଉପସଭାପତି ମହେଶ୍ୱର ପାତ୍ର ଛତ୍ରପୁର ନେତୃତ୍ବରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜେରା ତୁରନ୍ତ ପ୍ରତ୍ୟାହାର କରିବାକୁ ନେତା ଓ କର୍ମୀମାନେ ଦାବି କରିଥିଲେ l ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ | ପରେ ରାଷ୍ଟପତି ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଡିଆରଡିଏ ଛକରୁ ବସଷ୍ଟାଣ୍ଡ ଦେଇ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ପହଂଚି ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଛତ୍ରପୁର ବ୍ଲକ ସଭାପତି ଅବନି ଶତପଥି, ପୀତବାସ ପଣ୍ଡା, ଭାଗୀରଥୀ ବେହେରା, ଭୋକାଳୀ ସେଠି, ମହେଶ୍ୱର ପାତ୍ର, ଦଣ୍ଡପାଣି ପାତ୍ର, ମହିଳା ନେତ୍ରୀ ବନଜା ପଣ୍ଡା, ଦେବୀ ବିଷୟି ,ଗୀତାଞ୍ଜଳି ସାହୁ, ରାମ ତ୍ରିପାଠୀ, ଇଜୁ ଆମିନ ଖାନ୍, ମହେଶ ଗୌଡ, ଚକ୍ରପାଣି ପୋଲାଇ, କ୍ରିଷ୍ଣା ରେଡି ଓ ଟି. ଗୋପାଳ ରାଓ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ । ବିକ୍ଷେ।ଭକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ।

ad-week
Leave A Reply

Your email address will not be published.