
ଛତ୍ରପୁର : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ଆଞ୍ଚଳିକ ପରିବହନ ନୂତନ କାର୍ଯ୍ୟାଳୟ ତଥା ଗଞ୍ଜାମ ଡ୍ରାଇଭିଂ ଲାଇସେନ୍ସ ତାଲିମ ପ୍ରଶିକ୍ଷଣ କେନ୍ଦ୍ର ଠାରେ ମୋଟର ଚାଳିତ ନୂତନ ଅଧିନିୟମ ଓ ଆଇନ୍ ଉପରେ ଦକ୍ଷିଣାଞ୍ଚଳସ୍ତରୀୟ ଏକ ମେଗା ଦିନିକିଆ କର୍ମଶାଳା ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଥିରେ ଦକ୍ଷିଣାଞ୍ଚଳଅଧୀନସ୍ଥ ସର୍ବମୋଟ ୧୧ ଗୋଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧିକାରୀ, ସମସ୍ତ ମୋଟର ଯାନ ନିରୀକ୍ଷକ, ବିଭିନ୍ନ ବର୍ଗର ଅଧିକାରୀ, ଉଚ୍ଚ-କର୍ତ୍ତୃପକ୍ଷଙ୍କ ଙ୍କ ସମେଳନ ହୋଇ ବିବିଧ ସମସ୍ୟାକୁ ନେଇ ମୋଟର ଚଳିତ ଅଧିନିୟମ ଉପରେ ଆଲୋଚନା ହୋଇଥିଲା ।
ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟି କରିଥିଲେ । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା-ସଂଯୋଜକ ତଥା ଦକ୍ଷିଣାଚଳ ମୁଖ୍ୟ ପ୍ରଦୀପ୍ତ କୁମାର ମହାନ୍ତି, ସହକାରୀ ସଡ଼କ ସୁରକ୍ଷା ଆୟୁକ୍ତ ଲାଲ୍ ମୋହନ ସେଠୀ, ଯୁଗ୍ମ-ଆୟୁକ୍ତ ( କର ଓ ଟିକସ ) ଦୀପ୍ତି ରଞ୍ଜନ ପାତ୍ର, ଆଇନ ସମୀକ୍ଷାଧିକାରୀ କେ.କେ. ମହାପାତ୍ର, ପ୍ରମୁଖ କର୍ମଶାଳାର ମୁଖ୍ୟ ଭୂମିକାରେ ଆଲୋକପାତ କରିଥିଲେ । ଏମ୍.ଭି.ଆଇ. ରବିନ୍ଦ୍ରନାଥ ଜେନା, ଜୁନିୟର ଏମ୍.ଭି.ଆଇ. ଶ୍ରୀମତୀ ସାବିତ୍ରୀ ହେମ୍ବ୍ରମ, ଟ୍ରାଫିକ ନିରୀକ୍ଷକ ନଳିନୀ କାନ୍ତ ଚିନ୍ନାରା, ରତିକାନ୍ତ ନାହାକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।
ସୂଚନା ଥାଉକି, ଜନସାଧାରଣଙ୍କ ଡ୍ରାଇଭିଂ ଲାଇସେନ୍ସ, ଅନ୍ୟାନ୍ୟ ଦେୟ ପୈଠ, ଅନଲାଇନ ମାଧ୍ୟମରେ କିପରି ଜନସାଧାରଣ ଟେକ୍ସ ପୈଠ କରିପାରିବେ, ଏହି ଆଇନକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଚାଲାଣ, ଟିକସ ଦେୟପୈଠ ଚଢ଼ାଉ କରି ଆଦାୟ କରାଯିବା, ଜନସାଧାରଣଙ୍କ ଦୁଇଚକିଆ, ଚାରି ଚକିଆ ଆଦି କ୍ଷୁଦ୍ର-ମଟର, ବ୍ୟବସାୟିକ ପ୍ରଥାରେ ବଡ଼ ବଡ଼ ଯାନବାହନ,ଭାରୀଯାନ ଚଳାଚଳ କରିବା ନିମିତ୍ତ ନୂତନ ନିୟମାବଳୀ କୁ ଆଧାରକରି କିପରି ପରିଚାଳିତ ହେବା ଉଚିତ, ତାହାରି ଉପରେ ବିଶଦ ଆଲୋଚନା ହୋଇଥିଲା ।
ଯାନବାହାନ ଚଳାଚଳ ,ମୋଟରଚାଳିତ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅଧିନିୟମ ଓ ଆଇନ ଉପରେ ପର୍ଯ୍ୟବେସିତ ନିୟମ ଗୁଡିକ ଜନସାଧାରଣ ପାଳନ କିପରି କରିବେ, ତାହାରି ଉପରେ ଆଲୋକପାତ ହୋଇଥିଲା । ଶେଷରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗୀରଥି ନାୟକ ଧନ୍ୟବାଦ ଜଣାଇଥିଲେ ।