ଅହେତୁକ ବାଲିଦରବୃଦ୍ଧି ପ୍ରତିବାଦରେ ଟ୍ରାକ୍ଟର ସଂଘ ରାଜ ରାସ୍ତାକୁ ଓହ୍ଲାଇବ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବାଲିର ଦର ଅହେତୁକ ବୃଦ୍ଧି ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବାରୁ ଦୀର୍ଘ କୋଡ଼ିଏ ଦିନ ଧରି ଟ୍ରାକ୍ଟର ସବୁ ବନ୍ଦ ରହିଛି।ବାଲି ପରିବହନ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ କୌଣସି ଠିକାଦାର, ଟ୍ରାକ୍ଟର ମାଲିକ କିମ୍ବା ନିର୍ମାଣ ଠିକାଦାର ଙ୍କ ମତାମତ ନ ନେଇ ଏକଛତ୍ରବାଦ ଭାବେ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି।ଯାହା ବେନିୟମ ଓ ଅଗଣତାନ୍ତିକ।ଏହି ଦର ଫୁଲବାଣୀ ର ପଟୁବାଲି ପାଇଁ ପ୍ରଜୁଜ୍ୟ ନୁହେଁ।ଫୁଲବାଣୀ ର ପଟୁବାଲି କୌଣସି ପଲସ୍ତରା ମେଜିଆ ବା ଛାତ କାମରେ ଲାଗୁନାହିଁ।ତେଣୁ ଏହି ଦରବୃଦ୍ଧି ଜନସାଧାରଣ ଙ୍କୁ ଅତ୍ୟଧିକ ହେବ।ତେଣୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଜିଲା ପ୍ରଶାସନ ଶୁଣୁ ନଥିବାରୁ ଆସନ୍ତା ଜୁଲାଇ ୨୫ତାରିଖ ଠାରୁ ରାଜରାସ୍ତାକୁ ଓହ୍ଲାଇବା କୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି।ବାଲିଘାଟ ନିଲାମ କରି ବାଲି ରୟାଲିଟ ଆଦାୟ କଲେ ପେନାଲିଟି ବା ଫାଇନ ପଡିବ ନାହିଁ।ଯାହାଫଳରେ ସୁବିଧା ରେ ବାଲି ପରିବହନ ହୋଇପାରିବ।ବର୍ତ୍ତମାନ କୋଡ଼ିଏ ଦିନ ବନ୍ଦ ଫଳରେ ମୂଲିଆ ମଜୁରିଆକାମ ବିନା ନାହିଁ ନଥିବା ହଇରାଣ ହେଉଛନ୍ତି।ଖାଇବା ପିଇବା ପାଇଁ ଅସୁବିଧା।ଟ୍ରାକ୍ଟର ମାଲିକ ବ୍ୟାଙ୍କ ରୁଣ କିପରି ଶୁଝିବେ।ଡ୍ରାଇଭର ଦରମା କେଉଁଠୁ ଦେବେ ?ତୁରନ୍ତ ଏହାର ସମାଧାନ ନ କଲେ ସାଧାରଣ ଜନତା କୁଲି ମୁଲିଆ ରାଜ ରାସ୍ତାକଙ ଓହ୍ଲାଇବାକୁ ବାଧ୍ୟ ହେବେବୋଲି ଟ୍ରାକ୍ଟର ମହାସଂଘର ଉପଦେଷ୍ଟା ଅଶୋକ ପରିଡା ଓ ସଂମ୍ପାଦକ ଅମରେନ୍ଦ୍ର ପଟ୍ଟନାୟକ ସୁଚନା ଦେଇଛନ୍ତି।

ad-week
Leave A Reply

Your email address will not be published.