ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ସମୀକ୍ଷା ବୈଠକ

add-all

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଜୁନ ମାସ ୧୭,୧୮୧୯ ତାରିଖରୁ ୩ ଦିନ ବ୍ୟାପି ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଜୁନ୧୯ ତାରିଖରେ ସମାପ୍ତ ହୋଇଥିଲା। ଦୀର୍ଘ ୩ ଦିନ ବ୍ୟାପି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିବା ମହାସଭା ର ସମସ୍ତ କାର୍ଯ୍ୟପନ୍ଥା ଓ ଆୟ ବ୍ୟୟ ଜନିତ ସମୀକ୍ଷା ବୈଠକ ଆଜି ଅର୍ଥାତ ଜୁଲାଇ ୨୩ତା ଶନିବାର ଦିବା ୧୨:୦୦ଘଣ୍ଟା ସମୟରେ ଜୀଉରା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଭାଗବତ ଟୁଙ୍ଗି କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସର୍ଵ ପ୍ରଥମେ ତୈଳିକ ସମାଜ ର ଆରାଧ୍ୟ ଦେବତା କୁଳଗଙ୍ଗା ଙ୍କ ନିକଟରେ ପୂଜାର୍ଚ୍ଚନା ସାରି କାର୍ଯ୍ୟକ୍ରମ ଆରମ୍ଭ ହୋଇ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ଙ୍କ ଆମନ୍ତ୍ରିତ କ୍ରମେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଆଜିର ସଭାର ସଭାପତି ଶ୍ରୀ ଦଣ୍ଡାସି ସାହୁ, କେନ୍ଦ୍ର ଉପଦେଷ୍ଟା ଶ୍ରୀ ଯୋଗୀସାହୁ, କେନ୍ଦ୍ର ସଭାପତି ଶ୍ରୀ ଶରତ କୁମାର ସାହୁ,ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ସଙ୍ଗଠନ ସମ୍ପାଦକ ତ୍ରିପତି ସାହୁ, ଅଫିସ ସମ୍ପାଦକ ନୀଳମଣି ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ,ଆଞ୍ଚଳିକ ସଭାପତି ଧର୍ମା ସାହୁ, ଚନ୍ଦ୍ରଶେଖର ସାହୁ, ଅଭିମନ୍ୟୁ ସାହୁ,ରାଧାକାନ୍ତ ସାହୁ ଙ୍କ ସମେତ ସମସ୍ତ ଗ୍ରାମ ପରିଷଦ ଆଞ୍ଚଳିକ ପରିଷଦ ର ସଭାପତି ସମ୍ପାଦକ ମଞ୍ଚାସିନ ହୋଇଥିଲେ।ଏହା ପରେ ସଭାପତି ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ବ ହୋଇ ନିଜ ମତ ବ୍ୟକ୍ତ କରିଥିଲେ ଏହାପରେ ଅନ୍ୟାନ୍ୟ ମଞ୍ଚାସିନ କର୍ମକର୍ତ୍ତା ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ଆୟ ବ୍ୟୟ ଅଟକଳ ପଠନ ସାଙ୍ଗକୁ ବିଭିନ୍ନ ନିଷ୍ପତ୍ତି ଉପରେ ସମୀକ୍ଷା କରାଯାଇ ଉପଯୁକ୍ତ ସମୟରେ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି କରାଯାଇ ସଭା ସାଙ୍ଗ କରାଯାଇଥିଲା।

ad-week
Leave A Reply

Your email address will not be published.