କିଶୋରୀମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ଓ ସମାଧାନ ବିଷୟରେ ଡାକ୍ତରଙ୍କ ଉପଦେଶ

add-all

ବ୍ରହ୍ମପୁର : ଋତୁସ୍ରାବ ଜନିତ ସମସ୍ୟା ଓ ସମାଧାନ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଖାଜା ସାହି ସ୍ଥିତ ଗଞ୍ଜାମ ମୁସଲିମ ସଂସ୍କୃତି ସମ୍ପ୍ରଦାୟ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହା ସାତ୍ତ୍ୱିକସୋଲ ଫାଉଣ୍ଡେସନ ଏବଂ ଏମ଼କେସିଜି ମେଡିକାଲର ମେଡ଼ିସିନ ବିଭାଗ ସଂଯୋଗ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁସଲିମ ସମ୍ପ୍ରଦାୟ ର ୧୮ ବର୍ଷ ତଳର ଥିବା ୧୨ ଜଣ ନାବାଳିକା ଯୋଗଦାନ କରିଥିଲେ। ଏହି ଅନୁଷ୍ଠାନରେ ମେଡିକାଲ୍ ଏବଂ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ସଦସ୍ୟାମାନେ ସେମାନଙ୍କୁ କିପରି ନିଜର ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବାର ଶିକ୍ଷା ପ୍ରଦାନ କରିଥିଲେ ତା ସହ କିଛି ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା ହୋଇଥିଲା ଏବଂ ସାତ୍ତ୍ୱିକସୋଲ ଫାଉଣ୍ଡେସନ ତରଫରୁ ସାନିଟାରୀ ପ୍ୟାଡ଼ ପ୍ରଦାନ କରାଯାଇଥିଲା। ଏହା ସହ ଖାଦ୍ୟ ବଣ୍ଟନ ମଧ୍ୟ କରାଯାଇଥିଲା । ଏହି ଅନୁଷ୍ଠାନକୁ ପରିଚାଳନା କରିବାରେ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ଜିଲ୍ଲା ସଂଜୋଯୋଗ ଭରତ ଗୌରବ ଦାସଙ୍କ ସହ ଜସ୍ମିନ, ସୁଚିତ୍ରା, ସୁନୀତା, ଆଶୁତୋଷ, ତୁଷାର, କୋଇନା, ଲକ୍ଷ୍ମୀ, ବନିତା, ଚିନ୍ମୟୀ, ଅମିଷା, ଶୀତଲ ଏବଂ ମେଡିକାଲର ଆସୋସିଏଟ୍ ପ୍ରଫେସର ଶୋଭା ଶାଲିନୀ ପିଜି Dr ଶୀତଲ ଦଳେଇ, Dr ମଧୁମିତା ଭକ୍ତା ଙ୍କ ସହ ଅଙ୍ଗନବାଡ଼ିର ସହାୟିକା କର୍ମୀ ମଧ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.