ସୁନାପୁର ହନୁମାନମନ୍ଦିର ପରିସରରେ ବୃକ୍ଷ ରୋପଣ

add-all

ବ୍ରହ୍ମପୁର : ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପାତି ସୁନାପୁର ବେଳାଭୂମୀ ଠାରେ ଥିବା ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗ୍ରାମର ଯୁବଗୋଷ୍ଟୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନଙ୍କ ଦ୍ୱାରା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ଧର ବେହେରା, ସମିତିସଭ୍ୟ ଅମୂଲ୍ୟ ବେହେରା, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ କରୁଣାକର ବେହେରା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏହା ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏହାର ପ୍ରବେଶ ପଥରେ ଥିବା ଏହି ମନ୍ଦିରକୁ ସୁନ୍ଦର ରୂପେ ଗଢିତୋଲିବା ପାଇଁ ସ୍ଥାନୀୟ ଯୁବଗୋଷ୍ଟୀ ପ୍ରଚେଷ୍ଟା ଜାରୀ ରଖିଛନ୍ତି । ସେହିପର ସ୍ନେକ ହେଲପ ଲାଇନ ସଦସ୍ୟମାନଙ୍କ ସଂଯୋଜନା ଦ୍ୱାରା ହୋଇଥିବା ବୃକ୍ଷ ରୋପଣ ଏହାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି କରିବ ବୋଲି ସ୍ଥାନୀୟ ଯୁବ ଗୋଷ୍ଟୀର ସଦସ୍ୟମାନେ କହିଥିଲେ । ଆଜିର ଏହି ବୃକ୍ଷ ରୋପଣରେ ଯଶୋବନ୍ତ ବେହେରା (ତୋଫାନ), ନାରାୟଣ ବେହେରା, ମୀନ କେତନ ବେହେରା, ବାବୁଲା ସେଠୀ, ମନ୍ଦିର ପୂଜକ ମୁନା ପାଢୀ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ ସାହୁ, ସନ୍ଦୀପ ସେଠୀ, ଶ୍ରୀକାନ୍ତ ନାହାକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

ad-week
Leave A Reply

Your email address will not be published.