ବିଜୁ ଛାତ୍ର ଜନତାଦଳ ସମ୍ବଲପୁର ଜୋନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

add-all

ସମ୍ବଲପୁରର (ହୀରାକୁଦ) : ବିଜୁ ଜନତା ଦଳର ଦୀର୍ଘ ୨୫ ବର୍ଷର ଜୟ ଯାତ୍ରାକୁ ନେଇ ହେବାକୁଥିବା ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ସମ୍ବଲପୁର ଜୋନ ଛାତ୍ର ଜନତା ଦଳ ପକ୍ଷରୁ ହୀରାକୁଦ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l

ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ମିଲନହୋତା ଙ୍କ ନେତୃତ୍ଵରେ ତଥା ଛାତ୍ର ବିଜେଡ଼ିର ଜିଲ୍ଲା ଉପସଭାପତି ସୁମିତ ପଟେଲ, ସମ୍ବଲପୁର ଜୋନ ଉପସଭାପତି ଦେବ ଜ୍ୟୋତି ପଟ୍ଟନାୟକ ଏବଂ ହିନ୍ଦ ମଜଦୁର ସଭା ଯୁବ ନେତା ବିଷ୍ଣୁଦେବ_ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ହୀରାକୁଦ ଆଇ ଟି ଆଇ ତାଲିମ ଶିକ୍ଷାକେନ୍ଦ୍ର ସମ୍ମୁଖ ରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ସତାଧିକ ବୃକ୍ଷ ମଧ୍ୟରେ ଆମ୍ବ, ଲିମ୍ବ, ଶାଗୁଆନ୍, ପଣସ, ଦେବଦାରୁ ବୃକ୍ଷ ରୋପଣ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ବିଜେଡ଼ି ରାଜ୍ଯ ଉପସଭାପତି ସିପ୍ରା ମହାନ୍ତି, ପୂର୍ବତନ ରାଜ୍ଯ ସମ୍ପାଦକ ମୋହିତ ନାୟକ, ଜିଲ୍ଲା ଉପସଭାପତି ତ୍ରିବେଣୀ ପଣ୍ଡା, ଭାଗ୍ୟ ଲେଖା ଚୌଧୁରୀ, ହିନ୍ଦ ମଜଦୁର ସଭା ସଭ୍ୟ ଦୁର୍ଯ୍ୟୋଧନ ମହାନ୍ତି, ବଳରାମ ଦାସ, ବିଜେଡି ନେତା ସୁରେନ୍ଦ୍ର ବିଶ୍ଵାଳ, ଅମିତ୍ ଅଗ୍ରୱାଲ, ଯୁବ ବିଜେଡ଼ି ଜିଲ୍ଲା ସାଧାରଣ ସଂପାଦକ ଅନୁଜ ଜେନା, ଡିଜିଟାଲ ସମ୍ପାଦକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ୍,ଛାତ୍ର ବିଜେଡ଼ି ଜିଲ୍ଲା ସମ୍ପାଦକ ବିକ୍କି ଦୀପ, ହିଣ୍ଡାଲକୋ ଶ୍ରମିକ ସଂଘ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ, ମିଲୁ ସାହୁ, ଆଦିତ୍ୟ ପ୍ରଧାନ, ହରେକୃଷ୍ଣ ସା, ମନୋଜ ବିଶ୍ଵାଳ, ଚିରଞ୍ଜିତ ବେହେରା, ମିଲୁ ସାହୁ, ବିଜୟ ପଣ୍ଡା, ଶିବ ବେହେରା, ସଂଜୀବ ପ୍ରଧାନ, ରୁପେଶ ନାୟକ, ରଞ୍ଜନ ମିଶ୍ର, ଶୋମ୍ୟ ମଲ୍ଲିକ, ବିଶ୍ଵଜିତ ଗଉଡ, ଉତ୍ତମ୍ ବାଗ, ମହେଶ୍ ଗର୍ଡିଆ, ପ୍ରମୂଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ad-week
Leave A Reply

Your email address will not be published.