ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ, ବ୍ୟବହୃତ ଗାଡି ସହ ଚାରି ଗିରଫ

add-all

ବ୍ରହ୍ମପୁର : ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କ ନିର୍ଦେଶକ୍ରମେ ଦିଗପହଣ୍ଡି ବନ ବିଭାଗ ଶନିବାର ରାତି ରେ ଶାଗୁଆନ କାଠ ବୋଝେଇ ଏକ ଟ୍ରାକଟର କୁ ପୁଞ୍ଜିକରା ଛକ ରେ ଜବତ କରିଛି l ଏହା ସହ ବେଆଇନ ଭାବେ ଚୋରାଚାଳନ କରୁଥିବା ଅଭିଯୋଗ ରେ ଚାରି ଜଣକୁ ଅଟକ ରୋଖାଯାଇଛି l ସେମାନଙ୍କୁ ଥାନା ରେ ଜେରା କରିବା ପରେ ସମସ୍ତଙ୍କ ଘର ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ ରେ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ସେମାନଙ୍କୁ ଏହି କାମ ପାଇଁ ଡାକି ନେଇଥିବା ଅଭିଯୁକ୍ତ ମାନେ ଥାନା ରେ କହିଛନ୍ତି l ଉକ୍ତ କାଠ ଗୋକର୍ଣ୍ଣପୁର ପଞ୍ଚାୟତ କାଯ୍ୟାଳୟ ପରିସର ରୁ ଭୀଷ୍ମଗିରି ଯାଉଥିବା ବେଳେ ବନ ବିଭାଗ କାବୁ କରିଛି ଟ୍ରାକଟର ନମ୍ବର ଓଡି 07 ଏସ 5267 ଏବଂ ଟ୍ରଲ୍ଲୀ ନମ୍ବର ଓଆର 07 ଏକ୍ସ 2560 ହୋଇଥିବା ବେଳେ ଜବତ ଶାଗୁଆନି କାଠ ର ମୂଲ୍ୟ ପ୍ରାୟ ଚାରି ଲକ୍ଷ ରୁ ପାଞ୍ଚ ଲକ୍ଷ ହେବ ବୋଲି ରେଞ୍ଜେର କାଁହୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ପଞ୍ଚାୟତ କୋଠା ନିର୍ମାଣ ପାଇଁ ଗଛ କାଟିବାକୁ ଅନୁମତି ଲୋଡ଼ା ଯାଇଥିବା ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଦୋରା କହିଥିବା ବେଳେ ବେଆଇନ ଭାବେ କାଠ ଚାଲାଣ ବେଳେ ଅଭିଯୁକ୍ତ ଙ୍କ ପଖରେ କୌଣସି ଅନୁମତି ପତ୍ର ନଥିବା ଫୋରେଷ୍ଟର ସୋମନାଥ ମଲ୍ଲିକ କହିଛନ୍ତି l ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରା ଯାଇଥିବା ଦେଖିବାକୁ ମିଳିଛି l

ad-week
Leave A Reply

Your email address will not be published.