ଧର୍ମପରାୟଣ ବ୍ୟକ୍ତିଙ୍କ ସ୍ଵର୍ଗବାସ..

add-all


ସୁନ୍ଦରଗଡ଼ :ପ୍ରାକ୍ତନ ଯୋଗାଣ ଅଧିକାରୀ ସୁରେଶ କୁମାର ଯୋଷୀ ଗତ କାଲି ଜୁଲାଇ ୨୪ ତାରିଖ ପ୍ରାତଃ ୪ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସେ କିଛି ଦିନରୁ ମଧୁମେହଜନିତ ବ୍ୟାଧିରେ ପୀଡିତ ଥିଲେ ଓ ସ୍ଥାନୀୟ ସମଲେଶ୍ଵରୀ ନର୍ସିଂ ହୋମ୍ ରେ ଚିକିତ୍ସିତ ହେଉଥିଲେ l ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାସ୍ଥିତ ଏକ ଘରୋଇ ନର୍ସିଂ ହୋମ୍ କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେହି ଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ବର୍ଗତ ସୁରେଶ କୁମାର ଯୋଷୀ ଜଣେ ସୁଦକ୍ଷ ,ନିର୍ଭୀକ ଓ ନିଷ୍ଠାବାନ ଯୋଗାଣ ଅଧିକାରୀ ତଥା ଜଣେ ଧର୍ମପରାୟଣ ବ୍ୟକ୍ତି ଭାବରେ ସୁପରିଚିତ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ସୁନ୍ଦରଗଡ଼ରେ ଶୋକାକୁଳ ପରିବେଶ ଛାଇ ଯାଇଥିଲା l ତାଙ୍କ ପାର୍ଥିବ ଶରୀର ସୁନ୍ଦରଗଡ଼ର ବ୍ରାହ୍ମଣପଡ଼ା ସ୍ଥିତ ବାସଭବନରେ ପହଞ୍ଚିଲା ପରେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ସୁନ୍ଦରଗଡ଼ ଉପନଗରପାଳ ଲଲାଟେନ୍ଦୁ ପରିଡ଼ା, ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଏବଂ ଅନେକ ବ୍ୟକ୍ତି ବିଶେଷ ପହଞ୍ଚି ଥିଲେ। ପାର୍ଥିବ ଶରୀର ପାଖରେ ତାଙ୍କ ତିନି ପୁଅ,ଦୁଇ ଝିଅ, ଜ୍ବାଇଁ , ନାତି ନାତୁଣୀଙ୍କ ସମେତ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ ।ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହେଇଥିଲା।ତାଙ୍କର ଶେଷକୃତ୍ୟ ସୁନ୍ଦରଗଡ଼ ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯାଇଥିଲା l ସ୍ବର୍ଗତ ସୁରେଶ କୁମାର ଯୋଷୀ ଙ୍କୁ ନିସର୍ତ୍ତ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି l


ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.