କଲିକତାରେ ଅନୁଷ୍ଠିତ କିକ ବକ୍ସିଂରେ କନ୍ଧମାଳ ଜିଲ୍ଲାର ମୁକେଶ ଦିଗାଲ ବ୍ରୋଞ୍ଜ ପଦକ ଆଣିଲେ

add-all

ଫୁଲବାଣୀ : କନ୍ଧମାଳରୁ ଜୁଲାଇ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କୋଲକାତାରେ ଅନୁଷ୍ଠିତ ହେଇଥିବା ୱାକୋ ଇଣ୍ଡିଆ ଚିଲଡ୍ରେନ କ୍ୟାଡ଼େଟ ଏବଂ ଜୁନିଅର ନେସନାଲ କିକ ବକ୍ସିଂ ଚମ୍ପିୟାନ ସିପରେ ଭାଗ ନେବା ପାଇଁ କନ୍ଧମାଳ ଜିଲ୍ଲାରୁ କିକ ବକ୍ସିଂ ଆସୋସିଏସନ ତରଫରୁ ମୁଖ୍ୟ କୋଚ ତଥା ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ପ୍ରଧାନଙ୍କ ନେତୃତ୍ୱରେ ଖେଳାଳି ମାନେ ଭାଗ ନେଇଥିଲେ l ଖେଳାଳି ମାନଙ୍କ ମଧ୍ୟରୁ ବଇଡ଼ାର ମୁକେଶ ଦିଗାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ଦଳର ଏହି ସଫଳତା ପରେ ୱକୋ ଓଡ଼ିଶା ମୁଖ୍ୟ ପରାମର୍ଶଦାତା ଭବାନୀ ପ୍ରସାଦ ମିଶ୍ର ଅଧ୍ୟାକ୍ଷ କାର୍ତିକ ଡାକୁଆ ଏବଂ କନ୍ଧମାଳ ଜିଲ୍ଲା କିକ ବକ୍ସିଂ ସଂଗଠନର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନ, ସଂଗଠନର କୋଷାଧକ୍ଷ ଏବଂ ପ୍ରତିଷ୍ଠାତା ଅରିତ କୁମାର ବେହେରାଙ୍କ ସମେତ ଅଞ୍ଚଳର ସମସ୍ତ କ୍ରୀଡ଼ାପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି l

ad-week
Leave A Reply

Your email address will not be published.