ଦୃଷ୍ଟିହୀନ ବୋଲବମ ଭକ୍ତମାନଙ୍କୁ ସହାୟତାର ହାତ ବଢ଼େଇଲେ ସ୍ୱେଚ୍ଛାସେବୀ ସଙ୍ଗଠନ

add-all

ବ୍ରହ୍ମପୁର : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଥିବା ହେତୁ ବ୍ରହ୍ମପୁର ସହରର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଦୃଷ୍ଟିହୀନ ଭକ୍ତ ମାନେ ସକାଳ ୫.୦୦ ଘଣ୍ଟା ସମୟରେ ଲାଠି ଗ୍ରାମରୁ ପାଣି ଧରି ସକାଳ ୬.୩୦ ରେ ସୁକୁଣ୍ଡା ଠାରେ ଥିବା ଶୈବପୀଠ ରେ ଜଳାଭିଷେକ କରି ଥିଲେ । ଏହି ସମସ୍ତ ଭକ୍ତଙ୍କ ସୁବିଧା ସ୍ୱେଚ୍ଛାସେବୀ ସଙ୍ଗଠନ “ବିପଦର ବନ୍ଧୁ” ପକ୍ଷରୁ ଆୟୋଜନ କରାଯାଇଥିଲା । ଦୃଷ୍ଟିହୀନ ମାନଙ୍କ ମୁଖ୍ୟ ଭବାନୀ ଦାସ ନିଜର ସାଥି ମାନଙ୍କୁ ନେଇ ବାହାରି ଥିଲେ ସେମାନଙ୍କ ଚାଲିବା ରାସ୍ତାରେ ବିପଦର ବନ୍ଧୁର ସଭାପତି ରବୀନ ସାହୁ ଓ ତାଙ୍କରି ୧୬ ଜଣ ସହଯୋଗୀ ସବୁ ପ୍ରକାର ସହଯୋଗ କରୁଥିଲେ ଶେଷରେ ଜଳାଭିଷେକ ସରିଲାପରେ ଦୃଷ୍ଟିହୀନ ଭକ୍ତ ମାନଙ୍କୁ ଯଥା ସ୍ଥାନରେ ଛାଡିଥିଲେ ଦେବେ ସମସ୍ତଙ୍କ ପାଇଁ ସକାଳ ଜଳଖିଆ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା |

ad-week
Leave A Reply

Your email address will not be published.