ସମାଜସେବୀ ମାଗୁଣି ନାହାକଙ୍କୁ ବିଦ୍ୟାସାଗର ସ୍ମୃତି ସମ୍ମାନ

add-all

ବ୍ରହ୍ମପୁର : ପୂଜ୍ୟପୂଜା ସମିତି ପକ୍ଷରୁ ମହାନ ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ 131ତମ ମୃତ୍ୟୁ ବାର୍ଷିକୀ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ପାଳନ ହୋଇଯାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସଂସ୍କାରକ ହରିବନ୍ଧୁ ମହାପାତ୍ର ଯୋଗ ଦେଇଥିଲେ l ସଭା ଆରମ୍ଭରେ ବିଦ୍ୟାସାଗରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ସମ୍ପର୍କିତ ପୁସ୍ତକ ଅଧ୍ୟୟନ କରାଯାଇଥିଲା l ବିଦ୍ୟାସାଗର ଜଣେ ସଂସ୍କୃତ ଭାଷାରେ ବିଶାରଦ ପଣ୍ଡିତ ହେଲେ ବି ସମଗ୍ର ବିଶ୍ୱକୁ ଜାଣିବାକୁ ହେଲେ ଇଂରାଜୀ ଭାଷା ଶିଖିବାକୁ ସେ ବଳିଷ୍ଠ ଯୁକ୍ତି କରିଥିଲେ l ଅନ୍ଧ ବିଶ୍ୱାସ, କୁସଂସ୍କାର, ଅବୈଜ୍ଞାନିକ ଧାରଣା ଆଦି ବିରୁଦ୍ଧରେ ବିଦ୍ୟାସାଗର ସମସ୍ତ ପ୍ରକାର ଯୁକ୍ତିଯୁକ୍ତ ଧାରଣା ଉପସ୍ଥାପନା କରିଥିଲେ l ଜାତିବାଦୀ ବ୍ୟବସ୍ଥା ଭଳି ଏକ ଅମାନବୀୟ ଚଳଣିକୁ ସେ ଦୃଢ ବିରୋଧ କରିବାସହ ବିଧବା ବିବାହ କରିବାପାଇଁ ଯୁବ ସମାଜ କୁ ପରାମର୍ଶ ଦେଉଥିଲେ l ମହିଳାଙ୍କ ଅଧିକାର ପ୍ରତି ଖୁବ ସଚେତନ ହୋଇ ମହିଳାଙ୍କ ପ୍ରତି ସମାଜରେ ଘଟୁଥିବା ସମସ୍ତ ପ୍ରକାର ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ l ଆଜି ବିଦ୍ୟାସାଗରଙ୍କ ଏହି ସ୍ମୃତି ସଭା ଅବସରରେ ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମାଗୁଣି ନାହାକଙ୍କୁ ବିଦ୍ୟାସାଗର ସ୍ମୃତି ସମ୍ମାନରେ ସମ୍ମାନିତ କରି ଉପଢୌକନ ପ୍ରଦାନ କରି ତାଙ୍କୁ ଉଚ୍ଚ ପ୍ରଶଂସିତ କରାଯାଇଥିଲା l ଆଜିର ଏହି ସଭାରେ ରବୀନ୍ଦ୍ର କୁମାର ନାୟକ, ଗଗନ ଚନ୍ଦ୍ର ମଲ୍ଲିକ, ବିଜୟ ଚନ୍ଦ୍ର ବିଷୋୟୀ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, ଏସ. ସlମ୍ବଶିବା ରାଓ, ବିରେନ କୁମାର ବେହେରା, ଜିତୁ ନାୟକ, ରାମଚନ୍ଦ୍ର ସାହାଣୀ, ସୁରେନ୍ଦ୍ର ନାଥ ପଣ୍ଡା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.