
ଦାରିଙ୍ଗବାଡ଼ି (୨୯/୭) : ଦାରିଙ୍ଗବାଡ଼ି ବ୍ଲକ ଗାଁ ସାଥି (ମେଟ୍) ଉତ୍କଳ ସଂଘ ତରଫରୁ ନୂତନ ଭାବେ ଚୟନ ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବିି ହୋଇଛି । ଏନେଇ ମେଟ୍ର ବହୁ ସଦସ୍ୟମାନେ ଏକତ୍ରିତ ହୋଇ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କ ଉଦ୍ଦେଶ୍ୟରେ ବ୍ଲକ ମୁଖ୍ୟ କିରାଣି ଓ ଏପିଓ ଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଗତ ୨୫.୦୮.୨୦୨୦ ଓ ୧୯.୦୯.୨୦ ଚିଠିକୁ କାର୍ଯ୍ୟକାରୀ ନକରିବା ପାଇଁ ଦାବୀ ରଖିଛନ୍ତି। କାରଣ ଉକ୍ତ ଚିଠି ଲାଗୁ ହେଲେ ଜିଲାରେ ନୂତନ ଭାବେ ଗାଁ ସାଥି ଚୟନ ହେଲେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଗାଁ ସାଥୀ ମାନେ ବିତାଡିତ ହେବେ । ଏହି କାରଣରୁ ସେମାନେ ବିରୋଧ କରି ଗତ ୧୦.୦୯.୨୦୨୦ ମାନ୍ୟବର ହାଇକୋର୍ଟରେ ଏସ୍.ଏଚ୍.ଜି. ମହିଳା ମଣ୍ଡଳରୁ (ମେଟ୍) ଚୟନ ପ୍ରକ୍ରିିୟା ବନ୍ଦ କରିବା ପାଇଁ ଅଭିଯୋଗ ଦାଖଲ କରାଯାଇଥିଲା । ଉକ୍ତ ଅଭିଯୋଗ ପ୍ରକାରେ ୧୪.୦୯.୨୦୨୦ ତାରିଖରେ ମେଟ୍ ଚୟନ କରିବା ପ୍ରକ୍ରିୟା ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଦେଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ରାଜ୍ୟ ସରକାର ୨୫.୦୯.୨୦୨୦ ତାରିଖରେ ପ୍ରତି ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିଲା । କିନ୍ତୁ ସରକାରଙ୍କ ଉକ୍ତ ଚିଠିକୁ ଅବମାନନା କରି ମନ ମୁତାବକ ନୂତନ ମେଟ୍ ଚୟନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଅଛି । ଏହି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରତି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଛି । ତେଣୁ ଇଚ୍ଛା ମୁତାବକ ଚୟନ କରା ଯାଇଥିବା ଜିଏସ ( ମେଟ) ମାନଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ନୂତନ ଚୟନ ପ୍ରକ୍ରିୟା ବନ୍ଦ କରିବାକୁ ଜି ଆର୍ ଏସ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ୱାଡ଼ ମେମ୍ବର ଙ୍କୁ ବିଜ୍ଞପ୍ତି ଜାରି କରିବା ନିମନ୍ତେ ବିଡ଼ିଓ ଙ୍କୁ ସଙ୍ଘ ପକ୍ଷରୁ ଦାବି କରିଛନ୍ତି। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଦାରିଙ୍ଗବାଡ଼ି ବ୍ଲକ ଉତ୍କଳ ଗାଁ ସାଥି ସଂଘର ସଭାପତି କେଶବ ଚନ୍ଦ୍ର ପ୍ରଧାନ, ସାମ୍ପଦକ ନକୁଳ ପ୍ରଧାନ ସମେତ ବ୍ଲକ ର ସମସ୍ତ ଗାଁ ସାଥି ସଦସ୍ୟ ଉପସ୍ଥିତ ଥିଲେ।