ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବିନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ସମ୍ପାଦକ ବନ ବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବୟିତ୍ରୀ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ବହୁ କବି ନିଜର ଭାବବ୍ୟକ୍ତ କରିବା ସହ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କବି ସର୍ବଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, ନବୀନ ଚନ୍ଦ୍ର ପଣ୍ଡା, ଡା ଅନନ୍ତ ଚରଣ ମିଶ୍ର, କୈଳାଶ ଚନ୍ଦ୍ର ଧଳ,ନବ କିଶୋର ରଥ, ଡ଼ଃ ଚିତ୍ତରଞ୍ଜନ ମିଶ୍ର, ରବୀନ୍ଦ୍ର ନାଥ ମିଶ୍ର, ଡ଼ଃ ନୃସିଂହାନନ୍ଦ ମହାପାତ୍ର, ପ୍ରସନ୍ନ କୁମାର ପଣ୍ଡା, ପ୍ରଶାନ୍ତ କୁମାର ମହାପାତ୍ର, ରାମକୃଷ୍ଣ ବେହେରା ବନ ବିହାରୀ ନନ୍ଦ, ଦୁର୍ଯ୍ୟୋଧନ ପ୍ରଧାନ ଆରତି ପରିଛା, ଅନିଲ କୁମାର ପ୍ରଧାନ, ଅଶୋକ କୁମାର ଭଟ୍ଟ, ସୋମନାଥ ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଯୁବ କବି ଅନିଲ କୁମାର ପ୍ରଧାନଙ୍କ ବହି ଆଶାଲିପି ଉନ୍ମୋଚନ ହୋଇଥିଲା । ଶେଷରେ ସମ୍ପାଦକ ବନ ବିହାରୀ ନନ୍ଦ ଧନ୍ୟବାଦ ଦେଇଥିଲେ l

ad-week
Leave A Reply

Your email address will not be published.