ଦଶ କେଜି ପାଞ୍ଚଶହ ଗ୍ରାମର ଗଞ୍ଜେଇ ଜବତ : ଜଣକୁ କୋର୍ଟ ଚାଲାଣ

add-all

ଦାରିଙ୍ଗବାଡି (୩୧/୭) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ଦଶ କେଜି ପାଞ୍ଚଶହ ଗ୍ରାମ ର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଟାମା ପଞ୍ଚାୟତ ର ରଙ୍ଗାଗୁଡ଼ା ଗ୍ରାମ ନିବାସୀ ଆସିଙ୍ଗା ମାଝୀ ଙ୍କ ପୁଅ ମନୋଜ ମାଝି । ବିଶେଷ ସୂତ୍ରରୁ ଖବର ପାଇଁ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ଙ୍କ ନେତୃତ୍ୱରେ ଥାନା ଉପନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି ଙ୍କ ସହିତ ପୋଲିସ ବହିନୀ ଚଢ଼ାଉ କରି ଉକ୍ତ ଗଞ୍ଜେଇ ଚାଲାଣ କାରୀଙ୍କୁ ଝିଞ୍ଜିରିଗୁଡା ଛକରେ କାବୁ କରି ଗଞ୍ଜେଇ ଜବତ କରିଥିଲେ । ଅତିରିକ୍ତ ତହସିଲଦାର ଭବେଷ ମାଝୀ ଙ୍କ ଉପସ୍ଥିତ ରେ ଦଶ କେଜି ପାଞ୍ଚଶହ ଗ୍ରାମ ର ଗଞ୍ଜେଇ ଜବତ କରାଯାଇ କେଶ ନଂ୬୭/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.