
ଫୁଲବାଣୀ:-ଫୁଲବାଣୀ ରାଜା ମାର୍କେଟ କମିଟିର ନିର୍ବାଚନ ମାର୍କେଟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ରାଜା ମାର୍କେଟ କମିଟିର ପରାମର୍ଶଦାତା ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା।ତାପରେ ସଭାପତିତ୍ୱ କରୁଥିବା ଅରୁଣ ପଣ୍ଡା ପୂର୍ବ କମିଟିକୁ ଭାଙ୍ଗି ଦେଇଥିଲେ। ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ।ସର୍ବସମ୍ମତି କ୍ରମେ ଫୁଲବାଣୀର ରାଜା ମାର୍କେଟ ନୂତନ ସଭାପତି ଭାବେ ଉପେନ୍ଦ୍ର ସିଂଙ୍କୁ ମନୋନୀତ କରାଯାଇଥିବା ବେଳେ ବରିଷ୍ଠ ବ୍ୟବସାୟୀ ରବି ସାହୁଙ୍କୁ ସମ୍ପାଦକ, ଏବଂ ପରମାତ୍ମା ଗୁପ୍ତା କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏଥି ସହିତ ପୂର୍ବତନ ସଭାପତି ଓ ସମ୍ପାଦକଙ୍କ ସମେତ ୧୧ ଜଣ ବିଶିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଗଠନ କରାଯାଇଛି।ନବ ନିର୍ବାଚିତ କମିଟି ଆଗାମି ଦିନରେ ସମସ୍ତ ସଭ୍ୟଙ୍କ ସହଯୋଗରେ ବଜାରର ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୂର୍ବତନ ସଭାପତି ରବି ସାହୁ ସୂଚନା ଦେଇଛନ୍ତି।
