ବ୍ଲକସ୍ତରୀୟ ଏସିଏମ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦଯାପିତ

add-all

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍‌ ଓ ପମ୍ପ ଡ୍ରାଇଭର ମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ହୋଇଥିବା ବେଳେ ଉଦଯାପନୀ ତାଲିମ କାର୍ଯ୍ୟକ୍ରମ ଡିଣ୍ଡିରାଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ତାଲିମ କାର୍ଯ୍ୟକ୍ରମରେ ଫିରଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏପିଓ ସୁମନ୍ତ ଉଠାଣ ସିଂ, ଜିପିଓ ରବୀନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, କନିଷ୍ଠ ଜନ୍ତ୍ରୀ ଲିଙ୍ଗରାଜ ପାତ୍ର, ଯନ୍ତ୍ରୀ ସୁନିଲ କୁମାର ପାତ୍ର, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସମ୍ବାରିଆ ବେହେରା ଓ ହିଲେଶ୍ୱର ତିର୍କୀ ପ୍ରମୁଖ ଯୋଗଦେଇଥିଲେ । ୧୦ ଦିନ ଧରି ବ୍ଲକର ୨୪ଟି ପଂଚାୟତର ପ୍ରାୟ ୭୦ ଏସିଏମ ଏବଂ ପମ୍ପ ଡ୍ରାଇଭର ମାନେ ତାଲିମରେ ଭାଗ ନେଇଥିଲେ । ତାଲିମରେ ବିଶେଷ କରି କିଭଳି ଭାବେ ପମ୍ପ ପରିଚାଳନା କରାଯିବ ଓ ଜନସାଧାରଣ ପିଇବା ପାଣି ଠିକ ଭାବରେ ପାଇପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିଭଳି ବ୍ଲକରେ କିଭଳି ଭାବରେ ମନରେଗା ଯୋଜନାର ସଫଳ ରୂପାୟନ ହୋଇପାରିବ ସେନେଇ ତାଲିମଦାତା ମାନେ ତାଲିମ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.