ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବେ ହତ୍ୟା : ହତ୍ୟାକାରୀ ଙ୍କୁ ଗିରଫ ଦାବି ରେ ଶବ ରଖି ପରିବାର ଲୋକ ଙ୍କ ରାସ୍ତାରୋକ…

add-all
  • ନବରଙ୍ଗପୁର : ନବରଙ୍ଗପୁର ସହରରେ ବୁଲିଲା ଖଣ୍ଡା l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନବରଙ୍ଗପୁର ସଦରମୁହକୁମା ସ୍ଥିତ ଗଦବାଗୁଡା ଅଞ୍ଚଳ ର ଶେଖ ନିଜାମକୁ କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ଏପଟେ ଶେଷ ସମୟ ରେ ନିଜାମ ନିଜ ବୟାନ ରେ ଆକ୍ରମଣ କାରୀ ଙ୍କ ନାଁ ପ୍ରକାଶ କରିଛନ୍ତି। ସେ ହତ୍ୟାକାରୀ ମାନଙ୍କୁ ଗିରଫ କରିବା ଦାବି ନେଇ ମୃତ ନିଜାମ ଙ୍କ ପରିବାର ଲୋକେ ମାଝୀଗୁଡା ଛକ ଠାରେ ଶବ କୁ ରାସ୍ତା ରେ ରଖି ଜାତୀୟ ରାଜପଥ 26 ରେ ରାସ୍ତା ରୋକ କରିଛନ୍ତି। ରାସ୍ତା ରୋକ ଯୋଗୁଁ ନବରଙ୍ଗପୁର ଠାରୁ ପୋଡ଼ସି କୋରାପୁଟ ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲା କୁ ଯୋଗାଯୋଗ ବନ୍ଦ ରହିଛି। ସୂଚନା ଅନୁସାରେ ପୋଲିସ ଆ,ରୋ ଯିବା ରାସ୍ତା ସାହିଲ ହୋଟେଲ ସାମ୍ନା ପଡିଆ ରେ ଶେଖ ନିଜାମ କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଖଣ୍ଡାରେ (ମାରଣାସ୍ତ୍ର)ରେ ହାତ, ପେଟ, ପିଠି ଓ ଆଣ୍ଠୁ ଆଦି ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ପୋଲିସ ବିଭାଗର 112 ଆମୁଲାନ୍ସ ଯୋଗେ ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲା । ଆହତଙ୍କ ଅବସ୍ଥା ଗମ୍ଭୀର ଥିବାରୁ ସେଠାରୁ ତାଙ୍କୁ ବିଶାଖାପାଟଣା କୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତା ରେ ନିଜାମ ଙ୍କର ମୃତ୍ୟ ଘଟିଛି l ପୋଲିସ ଘଟଣା ସ୍ଥଳରେ ପହଂଚି ବିଭିନ୍ନ ସ୍ଥାନର ସିସି ଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି । ଏଠାରେ ସୂଚନା ଥାଉକି

ଡାକ୍ତରଖାନାରେ ନିଜାମ ଚାରି ଜଣଙ୍କ ନାମ କହିବା ସହ ୭ ଜଣ ସଂଘବଦ୍ଧ ଭାବେ ଆସି ଆକ୍ରମଣ କରିଥିବା କହିଛି । ନିଜାମର ଭାଇ ଶେଖ ସମିମ କହିବା ଅନୁଯାୟୀ ସେ ଜୟପୁର ଯାଇଥିଲେ ଫେରିବା ସମୟରେ ଭାଇକୁ ଆକ୍ରମଣ ହୋଇଥିବା ଖବର ପାଇଲେ । ସେ ଆସିବା ବେଳକୁ ଆହତ ଭାଇକୁ ପୋଲିସ ଡାକ୍ତର ଖାନାକୁ ଆଣି ଭର୍ତ୍ତି କରିଥିଲା l ଆକ୍ରମଣକାରୀ ମାନେ ତାଙ୍କ ଭାଇ ସହ ସବୁବେଳେ ଶତ୍ରୁତା କରି ଆସୁଥିଲେ । ସେମାନଙ୍କ ବିରୋଧରେ ଅନେକ ଥର ଥାନାରେ ଅଭିଯୋଗ କରାଯାଇଛି l ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଁଯାଇ ନଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆହତ ଙ୍କ ଭାଇ ଶେଖ ସମିମ କହିଛନ୍ତି l ନିଜାମ ଙ୍କ ହତ୍ୟାକାରୀ ଙ୍କୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ରାସ୍ତା ରୋକ ହଟିବ ନାହିଁ ବୋଲି ଜିଦ ଧରିଛନ୍ତି ନିଜାମ ଙ୍କ ପରିବାର ଲୋକେ । ପରିସ୍ଥିତି ର ଗମ୍ଭୀରତା କୁ ଦେଖି ରାସ୍ତା ରୋକ ସ୍ଥଳକୁ ADM ଓ ASP ପହଞ୍ଚି ଅପରାଧୀ ମାନଙ୍କ ପ୍ରତି ଯଥା ଶିଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ପିଡିତ ପରିବାର ରାସ୍ତାରୁ ଶବ ଉଠାଇବାକୁ ରାଜି ହୋଇଥିଲେ।ଉଠାଇବା ପରେ ପରିସ୍ଥିତି ଆୟତ୍ତ ହେବା ସହ ଯାତାୟତ ସ୍ୱାଭାବିକ ହୋଇଥିଲା।

ad-week
Leave A Reply

Your email address will not be published.