ଓଡିଶୀ ନୃତ୍ୟରେ ରାଜ୍ୟରେ ପ୍ରଥମ ସ୍ଥାନ ପାଇ ଜିଲ୍ଲାପାଇଁ ଗୌରବ ଆଣିଲେ ମାଲକାନଗିରି ଛାତ୍ରୀ

add-all

ମାଲକାନଗିରି (୨।୮) : ଗତ ୩୧ ଜୁଲାଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଓଡିଶୀ ନୃତ୍ୟ ପରିଷଦ ଦ୍ୱାରା ପଦ୍ମଶ୍ରୀ ଡଃ ଇଲିଆନା ସିତାରିଷ୍ଟୀ, ଡଃ ସ୍ନେହାପ୍ରଭା ସାମନ୍ତରାୟଙ୍କ ସଭାପତିତ୍ୱରେ ୧୬ଟି ଓଡିଆ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛିା ଉକ୍ତ ମହୋତ୍ସବରେ ମାଲକାନଗିରି ନିବାସୀ ନିର୍ଜରା ନିଲିମା ତ୍ରିପାଠି ଓଡିଶୀ ନୃତ୍ୟୁ ପରିବେଷଣ କରି ରାଜ୍ୟରେ ପଥତମ ସ୍ଥାନ ଅଧିକାର କରିଛନ୍ତିା ଫଳରେ ତାଙ୍କୁ ରାଜ୍ୟସଭା ସାଂସଦ ସୁଲତା ଦେଓ, ଓ.ଏସ୍‌.ଏନ୍‌.ଏ ସମ୍ପାଦକ ପ୍ରବୋଧ ରଥ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରିଛନ୍ତିା ତେବେ ଏହି ଓଡିଶା ନୃତ୍ୟ ପରିବେଷଣ ୧୫ ବର୍ଷରୁ କମ ବୟସ ଥିବା ବାଳିକା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଲେ ନିର୍ଜରା ନିଲିମା ତ୍ରିପାଠି ୧୧ ବର୍ଷରେ ଏପରି ନୃତ୍ୟ ପରିବେଷଣ କରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରା ଯାଇଛିା କୁମାରୀ ନିଲିମା ମାଲକାନଗିରି ନିବାସୀ ଡଃ ନିହାର ରଞ୍ଜନ ତ୍ରିପାଠିଙ୍କ କନ୍ୟା ହୋଇଥିବା ବେଳେ ସେ ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନରତା କୁମାରୀ ନିଲିମା ନୃତ୍ୟ ଶିକ୍ଷୟତ୍ରି ନମିତା ରାୟଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.