ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେହିପରି, ପ୍ରଶିକ୍ଷଣ କେନ୍ଦ୍ରର ସୀମା ପ୍ରାଚୀର ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଥିଲେ।
ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପ୍ରଧାନଙ୍କ ବିବରଣୀରୁ ପ୍ରକାଶ ଯେ, ଚଳିତ ବର୍ଷ ଅପ୍ରେଲ ମାସରୁ ଜୁନ୍ ମାସ ମଧ୍ୟରେ ହାଲୁକା ଯାନ ଚାଳନା, ମହିଳା ଟେଲର୍, ମହୁମାଛି ଚାଷ, ଛତୁ ଚାଷ ଆଦି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସମୁଦାୟ ୯୦ ଦିନରେ ୧୬୮ ଜଣଙ୍କୁ ଆତ୍ମ ନିଯୁକ୍ତି ତାଲିମ ପ୍ରଦାନ କରାଯାଇଛି। ଏମାନେ ସମସ୍ତେ ଜାତୀୟ ଗ୍ରାମୀଣ ଜିବିକା ମିଶନ ତରଫରୁ ମନୋନୀତ ହୋଇଥିଲେ। ଏଥିପାଇଁ ଖାଦ୍ୟ, କିଟ୍ ଓ ପାରିତୋଷିକ ବାବଦକୁ ୫ଲକ୍ଷ ୬୭ହଜାର ୫୮୫ଟଙ୍କା ବ୍ୟୟ କରାଯାଇଛି । ସେହିପରି ବିଦ୍ୟୁତ୍, ଟେଲିଫୋନ୍, ପୋଷ୍ଟେଜ୍, ଟ୍ରାଭେଲିଂ, ଷ୍ଟେସନାରୀ,ମରାମତି, ବହିପତ୍ର ଓ ମାଗାଜିନ୍ ଏବଂ ଅନ୍ୟାନ୍ୟ ବାବଦରେ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଅତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଦ୍ଵାରା ୩ଲକ୍ଷ ୨୨ହଜାର ୯୬୨ ଟଙ୍କା ବ୍ୟୟ କରାଯାଇଛି । ଏହା ବ୍ୟତିତ ଦରମା ଓ ସେବା କର ବାବଦରେ ୨ଲକ୍ଷ ୬୩ ହଜାର ୯୪୯ଟଙ୍କା ବ୍ୟୟ କରାଯାଇଛି । ଜୁନ୍ ୨୦୨୨ ସୁଦ୍ଧା ସମୁଦାୟ ତାଲିମ ପାଇଥିବା ଯୁବକ ଯୁବତୀ ମାନଙ୍କ ମଧ୍ୟରୁ ଶତକଡ଼ା ୭୭ ଭାଗ ଆତ୍ମ ନିଯୁକ୍ତି ପାଇଥିବାବେଳେ ଶତକଡ଼ା ୬୩ ଭାଗ କ୍ରେଡିଟ୍ ଲିଜ୍ଞେଜ୍ ହୋଇପାରିଛି ।ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା- ନିର୍ବାହୀ ଅଧିକାରୀ ବିଶ୍ଵରଞ୍ଜନ ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କରଏ.ଜି.ଏମ୍. ମୋହିତ ଅଗ୍ରଓ୍ବାଲ୍, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଏସ୍. କେ. ମହାନ୍ତି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ବିଷ୍ଣୁକୁମାର ସାହାଣୀଙ୍କ ସମେତ ସଂପୃକ୍ତ ବିଭାଗୀୟ ସରକାରୀ ପଦାଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.