ସୀମାନ୍ତରେ ୬୪ ଫୁଟର ସହିଦ ସ୍ତମ୍ଭ କରି ସହିଦ ସପ୍ତାହ ପାଳିଲେ ମାଓବାଦୀ

add-all

ମାଲକାନଗିରି, (୬।୮) : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଓ ବିଜାପୁର ଜଙ୍ଗଲରେ ମାଓବାଦୀ ସହିଦ ସପ୍ତାହ ପାଳିବା ସହ ମୃତ ମାଓ ନେତା ଅକି ରାଜୁଙ୍କ ନାମରେ ୬୪ ଫୁଟ ଉଚତା ବିଶିଷ୍ଟ ଏକ ସହିଦ ସ୍ତମ୍ବ କରି ସହିଦ ସପ୍ତାହ ପାଳିଲେ ମାଓବାଦୀ । ଗତ ୨୮ ଜୁଲାଇ ଠାରୁ ୩ ଅଗଷ୍ଟ ପ୍ରଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ ହେଉଥିବା ବେଳେ ଏହି ସପ୍ତାହରେ ଗାଁ ଗାଁକୁ ଯାଇ ମାଓବାଦୀ ମାନେ ବିଭିନ୍ନ ବୈଠକ କରିଥିଲେ ଓ ଶେଷ ଦିନ ଏକ ବିଶାଳ ରାଲି କରିବା ସହ ନାଚ ଗୀତ କରି ମାଓବାଦୀ ମାନେ ଜଙ୍ଗଲ ରାସ୍ତାରେ ରାଲି କରିଥିଲେ । ଏହି ରାଲିରେ ଅନେକ ଗ୍ରାମବାସି ଉପସ୍ଥିତ ରହିବା ସହ ଶତାଧିକ ମାଓବାଦୀ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ୬୪ ଫୁଟ ଉଚତା ବିଶିଷ୍ଟ ଏକ ସହିଦ ସ୍ତମ୍ବ କରି ସେଠାରେ ସମସ୍ତେ ଉପସ୍ଥିତି ରହି ମୃତ ମାଓବାଦୀଙ୍କ ସ୍ମୁତି ଚାରଣ କରିବା ସହ ଅଧିକରୁ ଅଧିକ ଶଙ୍ଖ୍ୟକ ଯୁବ ପିଢୀଙ୍କୁ ମାଓ ସଙ୍ଗଠନରେ ସାମିଲ ହେବା ପାଇ ମାଓବାଦୀ ମାନେ ଆବାହନ ଦେଇଥିବା ସୂଚନା ମିଳିଛି । ଏନେଇ ମାଓବାଦୀ ମାନେ ଏକ ଭିଡିଓ ଭାରଇଲ କରିବା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି ।

ad-week
Leave A Reply

Your email address will not be published.