ସ୍ଵାଧୀନତାର ଅମୃତ ମହୋତ୍ସବ ପାଇଁ ବତ୍କୃତା ଓ ସଙ୍ଗୀତ ପ୍ରତିଯୋଗିତା

add-all

ଛତ୍ରପୁର : ଭାରତ ସ୍ଵାଧୀନତାର ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷିରେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବତ୍କୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ରାଜ୍ଯ ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ରୋଟାରିଆନ କାମରାଜୁ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କେ.ଟ.ଏନ୍.ପୁର.ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରାମପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ବିଦ୍ୟାପୀଠ ଓ ହରଗୌରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ଆଗାମୀ ଅଗଷ୍ଟ 15 ତାରିଖ ସ୍ଵାଧୀନତା ଦିବସ ଅବସରରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯିବ। ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ଆହ୍ବାନ କ୍ରମେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ସଂପାଦକ ବାଉରୀବନ୍ଧୁ ସାହୁ,କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରତିଯୋଗିତା ପରିଚାଳନା କରିଥିଲେ।ରାମପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ, କେ.ଟି.ଏନ୍.ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରେଶ କୁମାର ସାହୁ ଓ ମଧୁ ମିତା ମହାନ୍ତି ଟାଙ୍ଗଣା ପଲ୍ଲୀ ଏସ୍.ଏନ.ବିଦ୍ୟାପୀଠ ର ଆର୍.ଯମୁନା ରେଡି,ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭ୍ରଚଳା ବକ୍ସି ପ୍ରମୁଖ ବିଚାରକ ରୂପେ ଯୋଗଦେଇ ପ୍ରତିଯୋଗିତାକୁ ଋଦ୍ଧିମନ୍ତ କରିଥିଲେ।

ad-week
Leave A Reply

Your email address will not be published.