ଝାଡା ବାନ୍ତି ରେ ଅଢେଇ ବର୍ଷର ପୁଅ ର ମୃତ୍ୟୁ…

add-all


ଉମରକୋଟ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ପଂଚାୟତ ର ତୋରାଇଡ଼ିହି ଗ୍ରାମରେ ଏକ ଦୁଃଖ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା, ସୂଚନା ଅନୁଯାୟୀ ସନ୍ତୋଷ ଗଣ୍ଡ ଙ୍କ ପୁଅ ନୀଲେଶ ଗଣ୍ଡ ଯାହାର ବୟସ ମାତ୍ର ଅଢେଇ ବର୍ଷ ହଟାତ କୌଣସି କାରଣରୁ ଗତ କାଲିଠୁ ନୀଲେଶ କୁ ଝାଡା ଓ ବାନ୍ତି ହେବାରୁ ପରିବାର ଲୋକେ ନିଜ ଗାଁ ଅଙ୍ଗନବାଡି ଦିଦି ଠାରୁ ଓଏରଏସ ପାଉଡର ଆଣି ଦେଇଥିଲେ ପରେ ଟିକେ କମି ଯିବା ପରେ ପୁଣି ଆଉ ଥରେ ଝାଡା ବାନ୍ତି ହେବାରୁ ଅଙ୍ଗନବାଡି ଦିଦି ଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ନୀଲେଶ କୁ ସନ୍ଧ୍ୟା ୭ ଟା ସମୟରେ ନିକଟସ୍ଥ ହସ୍ପିଟାଲ ହାଟଭାରଣ୍ଡୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇ ଥିଲେ, ନେଇଯିବାର ଦୁଇ ଘଣ୍ଟା ଚିକିତ୍ସା ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୯ ଟା ସମୟରେ ନୀଲେଶ ର ମୃତ୍ୟୁ ଘଟିଥିଲା,ନୀଲେଶ ର ବାପା ସନ୍ତୋଷ ଗଣ୍ଡ ନିରୁପାଏ ହୋଇ କୁନ୍ଦେଇ ଥାନାର ଦ୍ଵାରସ୍ତ ହୋଇଥିଲା ପରେ କୁନ୍ଦେଇ ଥାନା ଅଧିକାରୀ ଆସି ସବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ, ଗୋଟେ ମାତ୍ର ପୁଅ କୁ ହରାଇ ପରିବାର ରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି, ରାଇଘର ବ୍ଲକରେ ହାଟଭାରୋଣ୍ଡି ଓ ସଦର ରାଇଘରରେ ହସ୍ପିଟାଲ ଅଛି କିନ୍ତୁ ଏହି ସବୁ ହସ୍ପିଟାଲରେ ବିଜ୍ଞ ଡାକ୍ତର ନ ଥିବାରୁ ଏହି ପରି ଶିଶୁ ମୃତ୍ୟୁ ହାର ବଢିବା ସହିତ ରାଇଘର ବ୍ଲକର ଲୋକ ମାନେ ଉପଯୁକ୍ତ ଚିକିତ୍ସା ପାଇବା ରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି

ad-week
Leave A Reply

Your email address will not be published.