“ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ” କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତର ପ୍ରତ୍ୟକ ଘରେ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ଉଡ଼ାଯିବ । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ଅନ୍ତର୍ଗତ ୩୦ ନଂ ୱାର୍ଡ଼ରେ “ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ” କାର୍ଯ୍ୟକ୍ରମ ବିଜେପି କର୍ପୋରେଟର ପ୍ରାର୍ଥିନୀ ବର୍ଷା ବିଦ୍ୟୁସ୍ମିତା ଏବଂ ଯୁବ ନେତା ସୁବ୍ରତ ପାଳଙ୍କ ନେତୢତ୍ୱରେ ସ୍ଥାନୀୟ ବିଜିପୁର ସ୍ଥିତ ସନ୍ତୋଷୀ ମାଁ ମନ୍ଦିର ଠାରୁ ଆରମ୍ଭ ହେଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି ଯୋଗ ଦେଇ ଆନୁଷ୍ଠନିକ ଭାବେ ଶୁଭାରମ୍ଭ କରିଥିଲେ । ବିଜେପି କାର୍ଯକର୍ତ୍ତା ମାନେ ଏହି “ତ୍ରିରଙ୍ଗା ପଦଯାତ୍ରା” ରେ ୩୦ ନଂ ୱାର୍ଡ଼ ଅନ୍ତର୍ଗତ ନେହୁରୁ ନଗର,ତୋଟା ସାହି,ଷ୍ଟେଷନ୍ ରୋଡ଼ ଆଦି ଅଞ୍ଚଳ ବୁଲିବା ସହ କାର୍ଯକର୍ତ୍ତା ମାନେ ପ୍ରତ୍ୟକ ଘରେ ଘରେ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା କୢଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ୟାନସାମନ୍ତରା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମହୋନ ପାତ୍ର, ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, କର୍ପୋରେଟର ରଞ୍ଜିତା ବେହେରା, ବନିତା ସାହୁ,ନୀଳକଣ୍ଠ ସାହୁ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ଡ଼ା. ସୁବାଷ ସାହୁ,ଅନୁଜା ନନ୍ଦ ବିଶ୍ୱାଳ,ପ୍ରଫୁଲ୍ଲ ପାଣିଗ୍ରାହୀ,ମିଲନ୍ ସିଂ,ରବି ନାରାୟଣ ସାବତ, ଭାଗ୍ୟପ୍ରଭା ପଟନାୟକ,ଲକ୍ଷ୍ମୀ ବେହେରା,ନର୍ମଦା ମଣି ରାଜୁ,ବିନୋଦ ସିଂ,କମଲ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯକର୍ତ୍ତା ସାମିଲ ହେଇଥିଲେ ।

ad-week
Leave A Reply

Your email address will not be published.