ମାଥିଲି ମେଡିକାଲ ରେ ଡାକ୍ତରଙ୍କ ବଦଳିକୁ ନେଇ ଉତ୍ତେଜନା

add-all

ମାଲକାନଗିରି,୧୦।୮: ମାଲକାନଗିରି ଜିଲ୍ଲା ମାଥିଲି ବିଏଲକେ ସ୍ଥିତ ସବଡିଭିଜନ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଜି.ଭୀମେଶ୍ବର ନାୟକଙ୍କ ଚିତ୍ରକୋଣ୍ତାକୁ ମେଡିକାଲକୁ ବଦଳି କରାଯାଇଛି । ତେବେ ମାଥିଲି ମେଡିକାଲରେ ଡାକ୍ତର ଶ୍ରୀ ନାୟକ ଥିବାବେଳ ତାଙ୍କର ଉତ୍ତମ ଚିକିତ୍ସା ଯୋଗୁଁ ଜିଲ୍ଲାର ଖଇରପୁଟ ବ୍ଲକ ଠାରୁ ଆରମ୍ଭ କରି ସୀମାନ୍ତରେ ଥିବା ଛତିଶଗଡର ଅନେକ ଗ୍ରାମବାସୀ ମଧ୍ୟ ଏହି ମେଡିକାଲ ଆସି ଚିକିତ୍ସା କରାଇବା ସହ ସେମାନଙ୍କର ସମସ୍ୟା ଅନେକ ମାତ୍ରାରେ ଦୂର ହୋଇଥିଲା । ଏମିତିକି ଜିଲ୍ଲାର ବଣ୍ତାଘାଟିର ପ୍ରସୂତି ମହିଳା ମଧ୍ୟ ମାଥିଲି ଠାରେ ଉପଯୁକ୍ତ ସେବା ଓ ଚିକିତ୍ସା ପାଉଥିଲେ । ହଜାର ହଜାର ଲୋକେ ଭରସା କରୁଥିବା ଏହି ଡାକ୍ତରଙ୍କ ବଦଳି କରଜିଥିବା ବେଳେ ଏହାକୁ ନେଇ ମାଥିଲି ଅଞ୍ଚଳରେ ସୃଷ୍ଟି ହୋଇଛି ଉତ୍ତେଜନା । ମାଥିଲିର ଶତାଧିକ ମହିଳା ଏବଂ ପୁରୁଷ ଏକାଠି ହୋଇ ଡାକ୍ତରଙ୍କ ବଦଳିକୁ ବାତିଲ କରିବାକୁ ଦାବି କରି ସବଡିଭିଜନ ମେଡିକାଲରେ ପହଞ୍ଚି କ୍ଷୋଭ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.